ଗ୍ରାମବାସୀଙ୍କ ଦ୍ୱାରା ବିପୁଳ ପରିମାଣ ମହୁଲପୋଚ ଜବତ : ୨ ଅଟକ

Spread the love

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଗ୍ରାମର ଏକ ନିଛାଟିଆ ଘର ଭିତରୁ ବିପୁଳ ପରିମାଣ ମହୁଲପୋଚ ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କୁଟାସିଂହା ଗ୍ରାମର କିଛି ଲୋକ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଗ୍ରାମର କିଛି ଦୂରରେ ଥିବା ଏକ ନିଛାଟିଆ ଘର ଭିତରେ ବିପୁଳ ପରିମାଣ ମହୁଲପୋଚ ସହ କିଛି ଇଲେକଟ୍ରିକ ତାର ଓ ପାଣି ପାଇପ ଥିବା ଦେଖିଥିଲେ । ଉକ୍ତ ସ୍ଥାନରେ ଗ୍ରାମର ଭଦ୍ରବ୍ୟକ୍ତି ପ୍ରକାଶ ବେହେରା, ନକୁଳ ପାତ୍ର, ନେହେରୁ ପାତ୍ର, ଲକ୍ଷ୍ମଣ ପାତ୍ର, ଭୀମ ମେହେର ଆଦି ଉପସ୍ଥିତ ରହି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ପାଇ ଗ୍ରାମର ସରପଂଚ, ସମିତି ସଭ୍ୟ, ଗ୍ରାମ୍ୟ କମିଟି ଓ ଗ୍ରାମର ଶତାଧିକ ଲୋକ ଉକ୍ତ ସ୍ଥାନକୁ ପହଂଚି ମହୁଲପୋଚ, ଇଲେକଟ୍ରିକ ତାର ସହ ପାଣି ପାଇପ ଦେଖିବାକୁ ପାଇଥିଲେ । ତା’ପରେ ସାଲେଭଟା ଫାଣ୍ଡି ଓ ଲୋଇସିଂହା ଥାନାକୁ ଖବର ଦେଇଥିଲେ । ଖବରପାଇ ସାଲେଭଟା ଫାଣ୍ଡି ଅଧିକାରୀ ଓ ଲୋଇସିଂହା ପୋଲିସ ଟିମ୍ ଘଟଣାସ୍ଥଳକୁ ପହଂଚିଥିଲେ । ଯେଉଁ ଘର ଭିତରୁ ଏହି ସବୁ ମିଳିଲା ଘର ମାଲିକଙ୍କ ନାମ ପରମେଶ୍ୱର ସୁନା । ତାଙ୍କୁ ଦୁଇ ପୁତ୍ର କୁଞ୍ଜ ବିହାରି ସୁନା ଓ ବ୍ରଜ ସୁନାଙ୍କୁ ପାଲିସ ଅଟକ ରଖିଛି । ପାଖାପାଖି ୬ କ୍ୱିଂଟାଲରୁ ଅଧିକ ମହୁଲପୋଚ ଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *