ତାଲପାଲି ଓ କନ୍ଧପାଲି ବନ୍ଧର ପୁନଃଉଦ୍ଧାର ଦାବିରେ ଧାରଣା ଦେଲେ ଅଂଚଳବାସୀ : ବଲାଙ୍ଗୀର ଏକ୍ସନ କମିଟି ଦେଲା ଚରମ ଚେତାବନୀ

Spread the love

ବଲାଙ୍ଗୀର : ଗତକାଲି ସ୍ଥାନୀୟ ତାଲପାଲି ଓ କନ୍ଧପାଲି ବନ୍ଧର ତୁରନ୍ତ ପୁନଃ ଉଦ୍ଧାର ଦାବୀରେ ୱାର୍ଡ ନଂ ୨, ୩ ଓ ୪ର ବାସିନ୍ଦାମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରେ ଧାରଣା ଦେଇଛନ୍ତି । କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ଦିଆ ଯାଇଥିବା ଏହି ଧାରଣାରେ ବଲାଙ୍ଗିର ଏକ୍ସନ କମିଟିର ଅଧକ୍ଷ୍ୟ ଗୋପାଳଜୀ ପାଣିଗ୍ରାହୀ ଯୋଗ ଦେଇ ବଲାଙ୍ଗିର ସରକାରୀ ଅର୍ଥ ଆସିଥିବା ସତ୍ୱେ ପୌରପାଳିକା ଓ ଜିଲ୍ଲାପ୍ରଶାସନ କେଉଁ ମାନସିକତା ଓ କେଉଁ ଉଦ୍ଦେଶ୍ୟ ନେଇ ବନ୍ଧମାନଙ୍କ ପୁନଃଉଦ୍ଧାର କରୁ ନାହାନ୍ତି ବୋଲି ପ୍ରଶ୍ନ କରିବା ସହ ଜନସାଧାରଣଙ୍କ ଏସବୁ ଦାବୀ ତୁରନ୍ତ ପୁରଣ ନହେଲେ ଆଗକୁ ଜୋରଦାର ଜନ ଆନ୍ଦୋଳନ ପାଇଁ ପ୍ରଶାସନ ପ୍ରସ୍ତୁ ରହୁ ବୋଲି ଚେତାବନୀ ଦେଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, କିଛି ବର୍ଷ ପୁର୍ବରୁ ତାଲପାଲି ଓ କନ୍ଧପାଲି ବନ୍ଧର ପାଣି ଲୋକେ ବ୍ୟବହାର କରୁଥିଲେ । କିନ୍ତୁ ବିଗତ କିଛି ବର୍ଷରେ ଏହି ଉଭୟ ବନ୍ଧ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି । ଯଦ୍ୱାରା ଏହି ଜଳରାଶି ଆଉ ମଣିଷ ଉପଯୋଗୀ ହୋଇ ରହି ନାହିଁ । ଜନସାଧାରଣ ବନ୍ଧର ପୁନଃଉଦ୍ଧାର ପାଇଁ ପୌରାପାଳିକା ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କରି ଆସିଛନ୍ତି । କିନ୍ତୁ ବିଭିନ୍ନ କାରଣ ଦର୍ଶାଇ ଜନସ୍ୱାର୍ଥକୁ ଅଣଦେଖା କରାଯାଇଛି । ଏପରିକି ମୃତ ବ୍ୟକ୍ତିଙ୍କ ଅନ୍ତେଷ୍ଟି ପାଇଁ ଉଭୟ ବନ୍ଧ ଉପରେ ବ୍ୟବସ୍ଥା ପାଇଁ ଅନେକ ଦିନ ହେଲା ଲୋକେ ଦାବିକରି ଆସୁଛନ୍ତି । କିନ୍ତୁ ନିର୍ବାଚନ ସମୟରେ ଏମାନେ କେବଳ ମିଛ ପ୍ରତିଶୃତି ଦେଇ ନିର୍ବାଚନ ପରେ ଅଂଚଳବାସୀଙ୍କୁ ପ୍ରତାରଣା କରିଛନ୍ତି । ଯାହାଫଳରେ ଏମାନଙ୍କ ଉପରେ ଅଂଚଳବାସୀ ବିଶ୍ୱାସ ତୁଟିଯିବା ସହ ସେମାନଙ୍କ ମନରେ ଗଭୀର ଅସନ୍ତୋଷର ମଞ୍ଜି ବୁଣିଛି । ଏହା କେବଳ ଏହି ଗୋଟିଏ କିମ୍ବା ଦୁଇଟି ବନ୍ଧର ଅବସ୍ଥା ନୁହେଁ, ସାରା ସହରର ବନ୍ଧମାନଙ୍କର ସମାନ ଅବସ୍ଥା ରହିଛି । ବିଗତ ଦିନରେ ସେମାନେ ମଧ୍ୟ ସେମାନଙ୍କ ଅସୁବିଧା ନେଇ ଧାରଣାରେ ବସିବାକୁ ବାଧ୍ୟ ହୋଇଛନ୍ତି । ବଲାଙ୍ଗିର ଏକ୍ସନ କମିଟି ୬ମାସ ପୁର୍ବରୁ ସମସ୍ତ ବନ୍ଧକୁ ପୁନଃ ଉଦ୍ଧାର କରିବାକୁ ଦାବୀ ପ୍ରସ୍ତୁତ କରିଥିଲା । ତାହା ମଧ୍ୟ ଜିଲ୍ଲା ପ୍ରଶାସନ ଅଣଦେଖା କରି ଆସିଛି । ତୁରନ୍ତ ଏସବୁ ବନ୍ଧର ସଫେଇ ଓ ପଙ୍କ ଉଦ୍ଧାର କରାଯିବା ସହ ବନ୍ଧକୁ ପୁନଃଉଦ୍ଧାର କରା ନଗଲେ ଆଗାମୀ ଦିନରେ ଅଂଚଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ବଲାଙ୍ଗିର ଏକ୍ସନ କମିଟିର ସଭାପତି ଗୋପାଳଜୀ ପାଣୀଗ୍ରାହୀ ପୌରାପାଳିକା ଓ ଜିଲ୍ଲାପ୍ରଶାସନକୁ ଚେତାଇ ଦେଇଛନ୍ତି । ଆଜିର ଏହି ଧାରଣାରେ ଶତାଧିକ ଅଂଚଳବାସୀଙ୍କ ସମର୍ଥନରେ କଂଗ୍ରେସ ଦଳର ଉମା ଶଙ୍କର ପଣ୍ଡା, ମନୀଷ ମିଶ୍ର, ବୁଲୁଦାନୀ, ଜୁଲୁ ପଟ୍ଟନାୟକ, ଅସିତ ମିଶ୍ର, ଅରବିନ୍ଦ ପରୁଆ, ବଜରଙ୍ଗ ବନଛୋର, ରଜନୀ ବନଛୋର, ପଦ୍ମିନୀ ପରୁଆ, ମିରା ମଣ୍ଡଲ, ଆରତି ନାଗ, ସଞ୍ଜୟ ମିଶ୍ର, କୈଳାସ ମିଶ୍ର, ଅଙ୍କିତ ସାହୁ, ଲୋପନ ମିଶ୍ର, ନାସିର ଖାନ, ହିମାଂଶୁ ନାଏକ, ଅନୁପ ସାଏ, ବିଦ୍ୟାଧର ସାହୁ, ରୁପେଶ ନାଗ, ସୁରେଶ ନାଗ, ବର୍ଜ ସେଠି, ବେଟୁନ ସ୍ୱାଇଁ, ସାଇନା ବେଗମ, ସବିତା ଶତପଥି, ବବିତା ସାହୁ, ସୁଦାମ ସିଂ, ପ୍ରତ୍ୟୁଶ ପାଣିଗ୍ରାହୀ, ଗୌରି ମିଶ୍ର, ସତ୍ୟଭାମା ପୁଟେଲ ଓ ଜୟନାରାୟଣ ବହିଦାର ପ୍ରମୁଖ ପୌରପାଳିକାର କାର୍ଯ୍ୟକଳାପ ଉପରେ ବର୍ଷିଥିଲେ ।

Leave a Reply

Your email address will not be published. Required fields are marked *