ମହାରାଣୀ ସାଗର ଉନ୍ନୟନ ପାଇଁ ଭିତିପ୍ରସ୍ତର ସ୍ଥାପନ କଲେ ପୂର୍ବତନ ସାଂସଦ କଳିକେଶ : ବିନା ବିସ୍ଥାପନରେ ୧୭ ଗୋଟି ବନ୍ଧର ଉନ୍ନତିକରଣ ହେବ

Spread the love

ବଲାଙ୍ଗିର : ସ୍ଥାନୀୟ ଇଚ୍ଛାପଡା ଠାରେ ବଲାଙ୍ଗିର ପୌରପରିଷଦ ତରଫରୁ ନୂତନ ଭାବରେ ମହାରାଣୀ ସାଗର ଉନ୍ନତିକରଣ ଓ ପଙ୍କୋଦ୍ଧାର ପାଇଁ ଆସିଥିବା ଅନୁଦାନ ୧୨ କୋଟି ୩୫ ଲକ୍ଷ ଟଙ୍କାରେ ମହାରାଣୀ ସାଗର ଉନ୍ନତିକରଣ ପାଇଁ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ବର୍ତମାନର ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ କରକମଳରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଉପ ନଗରପାଳ ଗାୟତ୍ରୀ ଭୋଇ, ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ ଶୁଭ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାରାଣୀ ସାଗର ପଙ୍କୋଦ୍ଧାର ସହିତ ଉନ୍ନୟନ କାର୍ଯ୍ୟ ମିଶନ ଶକ୍ତି ମହିଳା ମାନଙ୍କୁ ନେଇ କରାଯିବାକୁ ନିଷ୍ପତି ନିଆଯାଇଥିବା ପ୍ରକାଶ । ଏଥି ସହ ବିନା ବିସ୍ଥାପନରେ ବଲାଙ୍ଗୀର ସହରରେ ଥିବା ୧୭ଟି ବନ୍ଧ ଓ ଜଳାଶୟର ଉନ୍ନତିକରଣ କାମ କରାଯିବ ବୋଲି ଶ୍ରୀ ସିଂଦେଓ କହିଛନ୍ତି । ଆଜି ସକାଳେ ବଲାଙ୍ଗୀର ମୁନିସିପାଲିଟି ଅନ୍ତର୍ଗତ ୨ଠ ନମ୍ବର ୱାର୍ଡ ଇଛାପଡା ଠାରେ ଏହି ଭିତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ସିଂଦେଓ କହିଥିଲେ ଯେ, ୨ଠ୧୭ ମସିହାରେ ମୋ ବାପା ଯେତେବେଳେ ରାଜ୍ୟସଭା ସାଂସଦ ଥିଲେ, ସେତେବେଳେ ଏହି ସବୁ ବନ୍ଧର ଉନ୍ନତିକରଣ କାମ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଜଳଚର ଏରିଆକୁ ଚିହ୍ନଟ କରାଯିବ । ଆମର ଉଦ୍ଦେଶ୍ୟ ହେଲା ବିନା ବିସ୍ଥାପନରେ ବନ୍ଧର ପୁନଃରୁଦ୍ଧାର କାମ ହେଉ । ଏଥିସହ ମହରାଣୀ ସାଗରର ପାଣିକୁ ସ୍ୱଚ୍ଛ ରଖିବା ପାଇଁ ଏହାକୁ ନାଳାପାଣିରୁ ରକ୍ଷା କରାଯିବ ବୋଲି ଶ୍ରୀ ସିଂଦେଓ କହିଥିଲେ । ତେବେ ବର୍ଷା ଆଗରୁ ଏହି କାମ ଯେପରି ହୋଇପାରିବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି ବୋଲି ଶ୍ରୀ ସିଂଦେଓ କହିଥିଲେ ।

Leave a Reply

Your email address will not be published. Required fields are marked *