ମାରୱାଡ଼ି ଯୁବା ମଞ୍ଚ ରକ୍ତ ଦାନ ଶିବିର ଟିଟଲାଗଡ ୨୧୧ ୟୁନିଟ ରକ୍ତ ସଂଗ୍ରହ: ରକ୍ତ ଦାନ ପାଇଁ ଲମ୍ବା ଧାଡ଼ି

Spread the love

ବଲାଙ୍ଗିର : ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚ ଆହ୍ୱାନ ରେ ସମଗ୍ର ରାଜ୍ୟର ୧୦୬ ଶାଖା ମାଧ୍ୟମ ରେ ୨୫୦ ଟି କ୍ୟାମ୍ପ କରାଯାଇ ୧୧ ଜୁନ ରୁ ୧୮ ଜୁନ ମଧ୍ୟରେ ରକ୍ତ ଦାନ ୧୧,୧୧୧ ୟୁନିଟ ଲକ୍ଷ୍ୟରେ ଚାଲିଛି। ଆଜି ଟିଟଲାଗଡ ରେ ଥିବା ତିନୋଟି ମାରୱାଡ଼ି ୟୁବା ମଞ୍ଚ ଶାଖା ମାଧ୍ୟମ ରେ ମେଗା ରକ୍ତ ଦାନ ଶିବିର ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସରି ନ ପାରିବା ଯୋଗୁଁ ଅଧିକ ସମୟ ଦିଆଯାଇ ୨୧୧ ୟୁନିଟ ରକ୍ତ ସଂଗ୍ରହ ହୋଇପାରିଛି। ମଂଚର ସଦସ୍ୟ ମାନଙ୍କ ଉତ୍ସାହ ଯୋଗୁଁ ମାରୱାଡ଼ି ସମ୍ମେଳନ, ମହିଳା ମଞ୍ଚ ଜୈନ ସମାଜ, ଅଗ୍ରୱାଲ ସଭା ସଦସ୍ୟ ମାନେ ସକ୍ରିୟ ଯୋଗଦାନ କରିଥିଲେ। ବ୍ଲଡ଼ ବ୍ୟାଙ୍କ୍ କର୍ମଚାରୀ ଙ୍କ ସହଜୋଗ ମିଳିଥିଲା। ରକ୍ତ ଦାତା ମାନଙ୍କୁ ତୁରନ୍ତ ପ୍ରମାଣ ପତ୍ର ପ୍ରଦାନ କରି ମିଠା ଖାଇବାକୁ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *