ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଅବକାରୀ ବିଭାଗ ଲୋଇସିଂହା ର ବିଭିନ୍ନ ସ୍ଥାନ ରେ ଚଢ଼ାଉ କରି ବିପୁଳ ପରିମାଣ ର ଚୋରା ଦେଶୀ ମଦ ଓ ଏକ ବାଇକ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି l ଗିରଫ ବ୍ୟକ୍ତି ମାନେ ହେଲେ ଲୋଇସିଂହା ର ଚତୁର୍ଭୁଜ ବିଶୋଇ ଓ ଦୀପକ ସୁନା । ଏ ମାନଙ୍କ ଠାରୁ ୭୦ ଲିଟର ଦେଶୀ ବେଆଇନ ଖୋଲା ମଦ ଜବତ କରାଯାଇଛି l ପୂର୍ବରୁ ଏହି ଅଞ୍ଚଳ ରେ ମଦ କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିବାରୁ ଅବକାରୀ ବିଭାଗ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ଲୋଇସିଂହା ଅବକାରୀ ଥାନା ଅଧିକାରୀ ଜଗନ୍ନାଥ ମିଶ୍ର, ସୁରେଶ ଭୋଇ ,ସୁନେଲି ପ୍ରଧାନ, ନିରଞ୍ଜନ ସାହୁ, ଅଜିତ ସାହୁ ଙ୍କ ସହିତ ଅନ୍ୟ କର୍ମଚାରୀ ମାନ ଉପସ୍ଥିତ ଥିଲେ l

Naxatra News is now on Whatsapp
Join and get latest news update delivered to you via whatsapp
Join Now