ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଗ୍ରୀଷ୍ମକାଳିନ ଶିବିର ଉଦଯାପିତ

Spread the love

ବଲାଙ୍ଗିର : ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଦିର୍ଘ ୪୫ ଦିନ ବ୍ୟାପି ଆୟୋଜିତ ହୋଇଥିବା ଗ୍ରୀଷ୍ମକାଳିନ ଶିବିର ଉଦଯାପିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍ଗାତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିବିରର ଛାତ୍ର ଛାତ୍ରୀମାନେ ଗ୍ରୀଷ୍ମ ଅବକାଶରେ ବ୍ୟକ୍ତିତ୍ଵ ବିକାଶରେ ନିଜର ଛୁଟି ସମୟକୁ ସଦ୍ଉପଯୋଗ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ଆକୁଳ ବେହେରା ଯୋଗ ଦେଇଥିଲେ ।

ଏହି ଗ୍ରୀଷ୍ମ ଅବକାଶ ସମୟରେ ନାଚ, ଗୀତ, ଚିତ୍ରାଙ୍କନ, କରାଟେ, ସ୍ପୋକନ ଇଂଲିସ ଇତ୍ୟାଦି ବିଷୟରେ ତାଲିମ ଦିଆଯାଇଥିଲା । ଅମ୍ରିତା ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମୀକ୍ଷା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିବିରରେ ଯୋଗ ଦେଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଶେଷରେ ଶ୍ରଦ୍ଧାଞ୍ଜଳି ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *