ଛୁଇଁ ବନ୍ଧ ଦୁର୍ଘଟଣା ପ୍ରସଙ୍ଗ, ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ନରସିଂହ

Spread the love

ବଲାଙ୍ଗିର : ମଙ୍ଗଳବାର ରାତିରେ ଛୁଇଁ ବନ୍ଧ ପାଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ସାରା ସହରରେ ଏହି ଘଟଣା ଚହଳ ପକାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବୁଧବାର ସଂନ୍ଧ୍ୟାରେ ମୃତକଙ୍କ ଜଗନ୍ନାଥ ପଡା ବାସ ଭବନକୁ ଯାଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶ୍ରୀ ମିଶ୍ର ପରିବାର ମୁଖ୍ୟ ଜୟନ୍ତ ନାଏକଙ୍କୁ ଦେଖା କରି ଘଟଣା କ୍ରମ ଓ ଗୁରୁତରଙ୍କ ଅବସ୍ଥା ପଚାରି ବୁଝିଥିଲେ । ସମସ୍ତ ଘଟଣା ଶୁଣିବା ପରେ ଶ୍ରୀ ମିଶ୍ର ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହି ସମୟରେ ବିଧାୟକଙ୍କ ସହ କାଉନସିଲର ପ୍ରଦୀପ ମିଶ୍ର, କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ଗୋପାଳ ବରାଇ ଓ ସୁରଞ୍ଜିତ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ, ମଙ୍ଗଳବାର ରାତିରେ ନାଏକ ପରିବାରର ୭ଜଣ ବିବାହ ଭୋଜି ଖାଇ ନିଜ କାରରେ ବଲାଙ୍ଗିର ଫେରୁଥିବା ବେଳେ ଛୁଇଁ ବନ୍ଧ ଠାରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୫ ଜଣଙ୍କୁ ମୃତ୍ୟୂ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ପଠା ଯାଇଥିଲା । ଗତକାଲି ସେମଧ୍ୟରୁ ଆଉ ଜଣେ ଜିବନ ହାରିଥିବା ସୁଚନା ରହିଛି ।

Leave a Reply

Your email address will not be published. Required fields are marked *