ସୁପ୍ରିମ ଟାକ୍ସ କଲେଜ ହସ୍ପିଟାଲରେ ନର୍ସିଂ ଦିବସ ପାଳିତ

Spread the love

ବଲାଙ୍ଗିର : ସ୍ଥାନୀୟ ଲାଲ ଟିକ୍ରା ସ୍ଥିତ ସୁପ୍ରିମ ଟାକ୍ସ ନର୍ସିଂ କଲେଜରେ ଅନ୍ତର୍ଜାତୀୟ ନର୍ସିଂ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମୀ ମେହେର ଏଥିରେ ଅଧ୍ୟକ୍ଷତା କରିଥଲେ । ଅତିରିକ୍ତ ନିର୍ଦ୍ଦେଶକ ପ୍ରବିତା ନାଗ ସ୍ୱାଗତ ଭାଷଣ ଦେଇଥିଲେ । ରାଷ୍ଟ୍ରୀୟ ନିର୍ଦ୍ଦେଶକ ଅଜିତ ପାଲ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ନର୍ସିଂ ସେବା ସମୟ ଉପଯୋଗୀ ସେବା ଉପରେ ଗୁରୁତ୍ୱ ଦେଇ ନିଷ୍ଠାପର ଭାବରେ ସେବା ଉପରେ ଗୁରୁତ୍ୱ ଦେବାକୁ ଉପଦେଶ ଦେଇଥିଲେ ।

ପରାମର୍ଶଦାତା ଡାକ୍ତର ସିଦ୍ଧେଶ୍ୱର ମିଶ୍ର, ସୁପରିଟେନଣ୍ଟ ସିମନ ପାଲ, ପ୍ରଶାସନିକ ଅଧିକାରୀ ପ୍ରିତମ ବାଗ ମଂଚାସିନ ଥିଲେ । ସି. ରୁହାମା, ସ୍ୱାତୀ ପ୍ରିୟା ଦାଶ ପ୍ରମୁଖ ଅଧ୍ୟାପିକା ସହଯୋଗ କରିଥଲେ । ଶେଷରେ ସତ୍ୟ ସୁନ୍ଦର ଦୀପ ଧନ୍ୟବାଦ୍ ଅର୍ପଣ କରିଥଲେ ।

Leave a Reply

Your email address will not be published. Required fields are marked *