ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ବଲାଙ୍ଗିର ଚତୁର୍ଥ ଥର ପାଇଁ ସର୍ବତ୍କୃଷ୍ଟ “ରାଜ୍ୟ କାୟାକଳ୍ପ କମାନଡେବୁଲ ପୁରସ୍କାର -୨୦୨୩ ଦ୍ୱାରା ସମ୍ମାନିତ ହେଲା

Spread the love

ବଲାଙ୍ଗିର : ସ୍ଥାନୀୟ ବଲାଙ୍ଗିର ଜିଲ୍ଲ ର ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ଙ୍କ ଦ୍ୱାରା ସହର ର ଅନ୍ୟତମ ସାମାଜିକ ଅନୁଷ୍ଠାନ ନେସନାଲ ପିସ ଊନୀସନ ଦ୍ୱାରା ପରିଚାଳିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର କୁ ଚଳିତ ବର୍ଷ 2023 ରାଜ୍ୟସରକାର ଙ୍କ ସର୍ବତ୍କୃଷ୍ଟ କାୟାକଳ୍ପ କମାନଡେବୁଲ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି l

ଉକ୍ତ ପୁରସ୍କାର ଓଡିଶା ରାଜ୍ୟ ରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସଂଗଠନ ଚିକିତ୍ସାଳୟ ର ସବିଶେଷ ଏକସହ କୋଡିଏ ଗୋଟି ଯାଞ୍ଚସୁଚି କୁ ନେଇ ରାଜ୍ୟ ର ଏକ ସ୍ୱତନ୍ତ୍ର ଦଳ ପରିଦର୍ଶନ କରନ୍ତି l ଏହି ଦଳ ଚିକିତ୍ସାଳୟ କୁ ଆସି ସ୍ୱାସ୍ଥ୍ୟ କେନ୍ଦ୍ର ର ସବିଶେଷ ଆକଳନ କରି ରାଜ୍ୟ ସରକାର ଙ୍କୁ ପ୍ରସ୍ତାବ ଦେଇ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଘୋଷଣା କରନ୍ତି l ନିର୍ଧାରିତ ଏକଶହ କୋଡିଏ ଯାଞ୍ଚ- ସୂଚୀ ମଧ୍ୟରେ ଚିକିତ୍ସାଳୟ ର ସବିଶେଷ ସ୍ୱଚ୍ଛତା,ପ୍ରତ୍ୟେକ ବିଭାଗ ଯଥା ସ୍ୱାସ୍ଥ୍ୟ ପରୀକ୍ଷା ଗାର, ଡ୍ରେସିଂ କକ୍ଷ, ଓ ପି ଡି କକ୍ଷ,ସ୍ୱାସ୍ଥ୍ୟ ବିଶେଷଜ୍ଞ୍ୟ କକ୍ଷ, ଔଷଧୀୟ ବଗିଚା ଓ ପରିବେଶ, ସ୍ୱାସ୍ଥ୍ୟ ସଂଗଠନ ର ସୁରକ୍ଷା ଓ ସୁନ୍ଦରତା ତଥା ଦାଇତ୍ୱ ରେ ଥିବା ବିଭିନ୍ନ କର୍ମଚାରୀ ଙ୍କ ଦକ୍ଷତା ଇତ୍ୟାଦି ଉପରେ ଏହି ପୁରସ୍କାର କୁ ନିଶ୍ଚିତ କରାଯାଇଥାଏ l

ଆଜି ବଲାଙ୍ଗିର ଜିଲ୍ଲା ର ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଚଞ୍ଚଳ ରାଣା ଅନୁଷ୍ଠାନ ର ସ୍ୱାସ୍ଥ୍ୟ ସେବିକା ଗଣ, ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଉପ ପ୍ରଜେକ୍ଟ ମେନେଜର ଶ୍ରୀ ରାମାନୁଜ ପଣ୍ଡା ଏହି କାୟାକଳ୍ପ ପୁରସ୍କାର ଟ୍ରଫି ଓ ପଚାଶ ହଜାର ଅର୍ଥ ରାଶି ଜିଲ୍ଲାପାଳ ଙ୍କ ଠାରୁ ଗ୍ରହଣ କରିଛନ୍ତି l

ଲଗାତାର ଭାବେ ଚାରି ବର୍ଷ. ଧରି ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ରାଜ୍ୟ ସରକାର ଙ୍କ ଉପରୋକ୍ତ ଏହି କମାଣ୍ଡେବୁଲ କାୟାକଳ୍ପ ପୁରସ୍କାର ପାଉଥିବା ହେତୁରୁ ଅନୁଷ୍ଠାନ ର ନିର୍ଦ୍ଧେଶକ, ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ଓ ଶ୍ରୀ ରବି ରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଓ ଚିକିତ୍ସକ ଓ ଜିଲ୍ଲା ର ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ଓଡିଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମୁଖ୍ୟ ଚିକିତ୍ସା ଧିକାରୀ ଶ୍ରୀଯୁକ୍ତ କୁବେର ମହନ୍ତ, ଅତିରିକ୍ତ ଜିଲ୍ଲା ଲୋକ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦିବ୍ୟ କିଶୋର ପତି, ଡ଼ା ସୁଧା ବାର୍ଲା, ଜିଲ୍ଲା ପ୍ରଜେକ୍ଟ ମେନେଜର ଶ୍ରୀ ମୃତ୍ୟୁଞ୍ଜୟ ମୁଣ୍ଡ ଇତ୍ୟାଦି ଙ୍କ ଅନବରତ ସବିଶେଷ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି ll

Leave a Reply

Your email address will not be published. Required fields are marked *