ବନ୍ଧ ପୁନଃଉଦ୍ଧାର ଦାବୀରେ ୱାର୍ଡ ନଂ.୯ ଓ ୧୦ ବାସୀଙ୍କ ଧାରଣା : ଦାବିପୁରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ଜନତା

Spread the love

ବଲାଙ୍ଗୀର : ସ୍ଥାନୀୟ ୱାର୍ଡ ନଂ୯ ସ୍ଥିତ ବେହେରାପାଲି ବନ୍ଧ ଓ ୱାର୍ଡ ନଂ ୧୦ ସ୍ଥିତ ଗେଟ୍ ସରୋବର ବନ୍ଧର ସଫେଇ ଓ ପୁନଃଉଦ୍ଧାର ଦାବୀରେ ଆଜି ଉଭୟ ୱାର୍ଡବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପ୍ରାୟ  ଦୁଇ ଦଶନ୍ଧି ପୁର୍ବରୁ ଏହି ବନ୍ଧର ପାଣୀ ଜନସାଧାରଣଙ୍କ ବ୍ୟବହାରରେ ଆସୁଥିଲା । କିନ୍ତୁ ବଲାଙ୍ଗିର ପୌରବିଭାଗର ବାରମ୍ବାର ଅଣଦେଖା ଫଳରେ ଏହି ଦୁଇ ବନ୍ଧ ଆଉ ପଶୁ ପକ୍ଷୀ ଉପଯୋଗୀ ହୋଇ ମଧ୍ୟ ରହି ନାହିଁ । ସରକାର ବନ୍ଧ କନ୍ଟାର ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ ସୁଦ୍ଧା ସ୍ଥାନୀୟ ପୌର ପରିଷଦ ବନ୍ଧର ଉନ୍ନତିକରଣ ନକରି କେବଳ ଅର୍ଥ ବାଟମାରଣା କରିବାର ବିଭିନ୍ନ ଉପାୟ କରୁଛି ବୋଲି କ୍ରୀୟାନୁଷ୍ଠାନ କମିଟି ଅଭିଯୋଗ କରିଛି । କ୍ରୀୟାନୁଷ୍ଠାନ କମିଟି ଆହୁରି କହିଛି ଯେ, ପଙ୍କ ଉଦ୍ଧାର ଅଭାବରୁ ବଲାଙ୍ଗିର ଇତିହାସର ମୁକସାଖି କୁହା ଯାଉଥିବା ଗେଟ ସରୋବର ବନ୍ଧ ପ୍ରାୟତଃ ପୋତି ହୋଇଯିବା ଅବସ୍ଥାକୁ ଆସିଗଲାଣି । ରାସ୍ତା ଘାଟ ବନ୍ଧ କନ୍ଟା ସଫେଇ ଦାଇତ୍ୱରେ ଥିବା ପୌରବିଭାଗ ଖୋଦ ବନ୍ଧମାନଙ୍କ ମଇଳା ଅବର୍ଜନା ପକାଇବା ଯୋଗୁଁ ବିଭିନ୍ନ ବନ୍ଧ ଆବର୍ଜନା କୁଣ୍ଡରେ ପରିଣତ ହେବାକୁ ବସିଲାଣି । ଗେଟ ସରୋବର ବନ୍ଧ ଉପରେ ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ.୧୦,୧୧,୧୨,୧୩ ର ବାସିନ୍ଦା ନିର୍ଭର କରନ୍ତି । ବନ୍ଧ ପୋତି ହୋଇଯିବା ଏବଂ ଏହାର ଜଳ ବ୍ୟବହାର ଉପଯୋଗୀ ନ ହେବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ୱାର୍ଡ ନଂ ୯ ସ୍ଥିତ ବେହେରାପାଲି ବନ୍ଧର ଅବସ୍ଥା ମଧ୍ୟ ଅନୁରୁପ । ଏହି ବନ୍ଧ ଅଖପାଖରେ ଖୋଦ ବଲାଙ୍ଗିର ପୌର ବିଭାଗ ମଇଳା ଆବର୍ଜନା ପକାଇ ଏହାକୁ ଅବର୍ଜନା କୁଣ୍ଡରେ ପରିଣତ କରିଛି । ଉକ୍ତ ବନ୍ଧଟି ଧିରେ ଧିରେ ସଂକୁଚିତ ହେବା ସହ ନିଜର ସତା ହରାଇଛି । କେଉଁ ପୁରୁଣା କାଳରୁ ଏହି ଜଳାଶୟ ଦ୍ୱୟ ବଲାଙ୍ଗିରବାସୀଙ୍କୁ ଜଳ ପ୍ରଦାନ କରିବା ସହ ସହରର ଜଳ ନିଷ୍କାଷନରେ ମଧ୍ୟ ମୁଖ୍ୟ ଭୂମୀକା ଗ୍ରହଣ କରୁଥିଲା । ଏହି ଦୁଇ ଜଳାଶୟର ପଙ୍କ ଉଦ୍ଧାର କରାଯିବା ସହିତ ସଠିକ ଭାବେ ଉନ୍ନତିକରଣ କରାଗେ ଏହି ବନ୍ଧ ଦ୍ୱୟ ଖରାମାସରେ ଅଂଚଳବାସୀଙ୍କ ଅବଶ୍ୟକତା ପୁର୍ତି କରିବା ସହ ବର୍ଷାମାସରେ ମଧ୍ୟ ଅତିରିକ୍ତ ଜଳ ନିଷ୍କାଷନରେ ସହାୟକ ହେବ । ତେଣୁ ତୁରନ୍ତ ବନ୍ଧମାନଙ୍କ ପଙ୍କ ଉଦ୍ଧାର କରାଯିବା ସହ ଏହି ଉଭୟ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଶିଘ୍ର ଆରମ୍ଭ କରିବା ପାଇଁ କ୍ରୀୟାନୁଷ୍ଠାନ କମିଟି ଦାବୀ କରିବା ସହ ଜନସାଧାରଣଙ୍କ ନ୍ୟାୟୋଚିତ ଦାବୀକୁ ଅଣଦେଖା କଲେ ଲୋକେ ଏହି ଦାବୀକୁ ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶତର୍କବାଣୀ ଶୁଣାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ ୯ର ସମୀର କୁମ୍ଭାର, ରାଜେନ୍ଦ୍ର ସାଏ, ରାଜକୁମାର ପଟେଲ, ଖଗେଶ୍ୱର ବିଶ୍ୱାଲ, ଅନ୍ତଯ୍ର‌୍ୟାମୀ ସାଏ, କୈଲାସ ସାଏ, ଜିତେନ୍ଦ୍ର ପଟେଲ, ପ୍ରଶାନ୍ତ ରାଏ, ରଘୁନାଥ ମୁଗ୍ରୀ, ବନୋଦ ରାଏ, ଉମାଶଙ୍କର ବିଭାର, ୱାର୍ଡ ନଂ୧୦ର ଓମପ୍ରକାଶ କୁମ୍ଭାର, ସିତାରାମ କୁମ୍ଭାର, ଅଶୋକ ହରପାଲ, ଦିଲିପ କୁମ୍ଭାର, ମୁନା ହରପାଲ, ଖଟୁ ନନ୍ଦ, ସୁବଲ ବାଗ, ଓମ ନାଏକ, ମହେନ୍ଦ୍ର ବାରିକ, ଅମିତ କୁମ୍ଭାର, ସ୍ୱାଧିନ ନାଗ, ଜୟଶ୍ରୀ ସୁନା ଓ ରିନା ପୋଢ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *