ନବମ ଭୀମପାହାଡ ମହୋତ୍ସବ ଦ୍ୱିତୀୟ ସଂନ୍ଧ୍ୟା, ମନମୋହିଲା ଝାରଖଣ୍ଡର ଛଉ ଓ ପଶ୍ଚିମବଙ୍ଗ ପୁର୍ଲିଆର ଝୁମେର ନୃତ୍ୟ

Spread the love

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଦେଓଗାଁବ୍ଲକ ମକୁନ୍ଦପୁର ପଂଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ୪ଦିନଧରି ଚାଲିଥିବା ନବମ ଭୀମପାହାଡ ମହୋତ୍ସବ ଗୁରୁବାର ଥିଲା ଦ୍ୱୀତିୟ ସଂନ୍ଧ୍ୟା । ଏହି ଦିନ କମିଟୀର ଆବାହକ ଲକ୍ଷ୍ମଣ କୁମାର ମେହେରଙ୍କ ଆବାହକତ୍ୱ ତଥା ବରିଷ୍ଠ ସାମ୍ବାଦିକ ପୁର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସମ୍ମାନୀତ ଅତିଥିଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗଦେଇ ପାରମ୍ପାରିକ ଲୋକକଳା ଓ ସଂସ୍କୃତି ତଥା ଲୁକାୟୀତ କଳାକୁ ଲୋକ ଲୋଚନ କୁ ଆଣିବାରେ ଏହି ମହୋତ୍ସବ ଏକ ସ୍ୱତନ୍ତ୍ର ଭୂମୀକା ବହନ କରିଥିବା ବେଳେ ସମସ୍ତଙ୍କୁ ଏକତାର ବନ୍ଧନରେ ବାନ୍ଧିପାରିଛି ବୋଲି ଗୁରୁତ୍ୱାରୋପ କରିଥିଲେ । ଏହାସହ ଭୀମପାହାଡ ପର୍ଯ୍ୟଟନ ସ୍ଥଳୀରେ ସ୍ୱାଧିନତା ସଂଗ୍ରାମୀ ଧରମ ସିଂମାଝୀ ମାନଧାତା ଓ ଚକରା ବିଶୋଇଙ୍କ ପ୍ରତିମୂର୍ତିର୍ ସ୍ଥାପନ କରିବାପାଇଁ ଗୁରୁତ୍ୱାରୋପ କରିଥିଲେ । କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ପ୍ରମୋଦ କୁମାର ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ବୈାଦ୍ଧଜିଲ୍ଲା କଂଟାମାଳ ବନ୍ଧଗରାର ଖଡଙ୍ଗ ମହୋତ୍ସବ କମିଟୀ, ଟିଟିଲାଗଡ କୁମୁଡାପାହାଡ ସୁରକ୍ଷା ସମିତି ଓ ସଇଁନ୍ତଲା ମାଁ ଚଣ୍ଡେଶ୍ୱରୀ ଲୋକକଳା କମିଟୀକୁ ଭୀମପାହାଡ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରତ୍ୟହ ରବିନ୍ଦ୍ର କୁମାର ସାହୁ ଓ ସାଥିଙ୍କ ଦ୍ୱାରା ରାବଣ ଦରବାର ଚାଲିଥିବା ବେଳେ ସାଂସ୍କୃତିକ ସଂଯୋଜକ ବାସୁଦେବ ସା ଙ୍କ ପରିଚାଳନାରେ ପୁଇଁନ୍ତଲାର ଢ଼ୋଲମହୂରୀ କଳାପରିଷଦ ଦ୍ୱାରା ପାରମ୍ପରିକ ନୃତ୍ୟ, ବଲାଙ୍ଗିର ଦୁଲଦୁଲି କଳାପରିଷଦ ଦ୍ୱାରା ସମ୍ବଳପୁରୀ ନୃତ୍ୟ, ନୂଆପଡା ର ଝୁମେରନୃତ୍ୟ , ଝାରଖଣ୍ଡ ସଢ଼େଇକେଳାର ଛଉ ନୃତ୍ୟ ଓ ପଶ୍ଚିମମଙ୍ଗ ପୁରୁର୍ଲିଆର ଝୁମେରନୃତ୍ୟ ଦର୍ଶକ ଙ୍କ ମନମୋହିଥିଲା ।ମହୋତ୍ସବକୁ ପରିଚାଳନା କମିଟୀର ସମସ୍ତ ସଦସ୍ୟ ବୃନ୍ଦ ସହଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *