ବଲାଙ୍ଗିର : ଆଜି ଶିବ ପାର୍ବତୀ ବିବାହ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ବଲାଙ୍ଗିର ସହର।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ର ଭିତରେ ଆନନ୍ଦ ଉଲ୍ଲାସ ର ପର୍ବ ହୋଇ ଆସିଛି ଶୀତଳଷଷ୍ଠୀ ମହୋତ୍ସବ। ବଲାଙ୍ଗୀର ସହରରେ ବିଭିନ୍ନ ପଡାରେ ଏଥିପାଇଁ ପ୍ରସ୍ତୁତି ପର୍ବ ସରି ଯାଇଛି। ଚନ୍ଦ୍ରଶେଖର ମହାଦେବଙ୍କ ବିବାହ ଉତ୍ସବ ପାଇଁ ରାଧାରାଣୀ ପଡା କନ୍ୟାପକ୍ଷ ହୋଇଥିବାରୁ ବିଭିନ୍ନ ଆୟୋଜନ ଚାଲିଛି। ଶାନ୍ତିପଡା ଚନ୍ଦ୍ରଶେଖର ବାବାଙ୍କ ମନ୍ଦିର ରୁ ଚଳନ୍ତି ବିଗ୍ରହ ଚନ୍ଦ୍ରଶେଖର ବାବା ତାଙ୍କର କଳ୍ପିତ ମାତାପିତା ଘର କଂସାରୀପଡାକୁ ଯାଇଥିବା ବେଳେ ମାତା ପାର୍ବତୀଙ୍କ କଳ୍ପିତ ମାତାପିତା ଶ୍ରୀମତୀ ସସ୍ମିତା କୁଅଁର ଓ ପ୍ରଦୀପ କୁମାର କୁଅଁର ଙ୍କ ରାଧାରାଣୀ ପଡାକୁ ଯାଇଛନ୍ତି। ଦିଅ ମାନଙ୍କରେ ଲୌକିକ ରୀତିନୀତିରେ ଦେବଦମ୍ପତିଙ୍କ ଆଜି ବିବାହ ସମ୍ପନ୍ନ ହେବ। ଦେବଦମ୍ପତିଙ୍କ ପିତୃଗୃହ ଆଗମନ ପରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।କନ୍ୟାପକ୍ଷ ତରଫରୁ ଝିଅ ବିବାହ ପାଇଁ ସବୁ ରକମର ପ୍ରସ୍ତୁତି ସରିଛି। ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ ସହଲୁଗାପଟା ,ଆୟଅଳଙ୍କାର ଆସିଛି।ନିମନ୍ତ୍ରିତ ଅତିଥି ଓ ପରିବାର ବର୍ଗ ସମସ୍ତଙ୍କ ଉପସ୍ଥିତିରେ ସୃଷ୍ଟି ହୋଇଛି କନ୍ୟାପକ୍ଷର ବିବାହ ମାହୋଲ।ଭକ୍ତିମୟ ପରିବେଶରେ ଆଜି ଅନୁଷ୍ଠିତ ହୋଯାଇଅଛି ସୁନ୍ଦରାକାଣ୍ଡ ପାରାୟଣ। ବ୍ୟାସାସନରେ ବିଭୁତିଭୁଷଣ ପୁରାଣ ପାଠ କରିଥିଲେ। ସଂଧ୍ୟାରେ ଶୋଭାଯାତ୍ରାରେ ବାବା ଭୋଲେ ନାଥ ଆଜି ବାହାରିବେ। ବିଭିନ୍ନ ରକମର ମନୋରଞ୍ଜନ ସାମଗ୍ରୀ ସହିତ ନାଚ ଗୀତ ର ବ୍ୟବସ୍ଥା ହୋଇଛି। ଗତକାଲି ପ୍ୟାଲେସ ଲାଇନ, ବ୍ରାହ୍ମଣ ପଡ଼ା ଠାରେ ଆର୍କେଷ୍ଟା କାର୍ଯ୍ୟକ୍ରମ ହୋଇଥିଲା। ଖୁଜେନ୍ ପାଲି ଲୋକନାଥ ବାବାଙ୍କ ବିବାହ ଆଜି ଦିନ ଦ୍ବିପ୍ରହର ରେ ସମ୍ପନ୍ନ ହେଉଛି। ବର ପକ୍ଷ ଓ କନ୍ୟା ପକ୍ଷ ପ୍ରସ୍ତୁତି ରେ ବିଭାହ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now