ଟିଟିଲାଗଡ ରୋଡସ୍ଥିତ ସ୍ମାର୍ଟ ସ୍ମଶାନ ଓ ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ରାଜେନ୍ଦ୍ର ପାର୍କକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ

ବଲାଙ୍ଗୀର : ଟିଟିଲାଗଡ ରୋଡସ୍ଥିତ ସ୍ମାର୍ଟ ସ୍ମଶାନ ଓ ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖ ରାଜେନ୍ଦ୍ର ପାର୍କକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନିମନ୍ତେ ପୌରନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷାଙ୍କୁ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନର ଦୁଇ ଦଫା ଦାବିପତ୍ର ପ୍ରଦାନ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ବଲାଙ୍ଗିର ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରୁ ଦୁଇ ଗୋଟି ଦାବି ପୌର ନିର୍ବାହୀ ଅଧିକାରୀ ଓ ପୌରାଧ୍ୟକ୍ଷାଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି ।

ପ୍ରଥମ ଦାବି: ବଲାଙ୍ଗୀର-ଟିଟିଲାଗଡ଼ ରୋଡ଼ର ଶିଳ୍ପାଂଚଳ ନିକଟସ୍ଥ ପୁରୁଣା ଶ୍ମଶାନକୁ ନବୀକରଣ କରାଯାଇ ବଲାଙ୍ଗିର ସହରବାସୀଙ୍କ ପାଇଁ ଏକ ସ୍ମାର୍ଟ ଶ୍ମଶାନ ସ୍ଥାପନ କରାଯାଇଛି । ଯେଉଁଠାରେ ଅତ୍ୟାଧୁନିକ ବୈଦ୍ୟୁତିକ ମେସିନ ସାହାଯ୍ୟରେ ଶବ ସତ୍କାର କରାଯାଇ ପାରିଥାନ୍ତା । ଗୋଟିଏ ଶବଦାହ ପାଇଁ ଯେତିକି କାଠ ବ୍ୟବହାର କରା ଯାଇଥାଏ, ଏହି ବୈଦ୍ୟୁତିକ ମେସିନ ସାହାଯ୍ୟରେ ଅଧାରୁ କମ କାଠରେ ସତ୍କାର କରାଯାଇ ପାରିଥାନ୍ତା ଏବଂ କେବଳ କାଠ ନୁହେଁ ଅଧା ସମୟ ମଧ୍ୟ ହ୍ରାସ ପାଇ ପାରିଥାନ୍ତା । ହେଲେ ବାସ୍ତବରେ ପାଖାପାଖି ଏକ ବର୍ଷ ହୋଇଯିବ ତାହା ବଲାଙ୍ଗିର ପୌର ପରିଷଦ ଦ୍ୱାରା ଉଦଘାଟିତ ହୋଇଥିବା ସତ୍ୱେ ଟେକ୍ନିକାଲ ଅପରେଟର ନିଯୁକ୍ତି ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ସେହି ଅତ୍ୟାଧୁନିକ ବୈଦ୍ୟୁତିକ ମେସିନକୁ ଅପରେଟ କରିବା ପାଇଁ ଜଣେ ଟେକନିକାଲ ଅପରେଟର ନିୟୋଜିତ କରାଯାଇ ପାରିନାହିଁ । ଯାହାଫଳରେ ସ୍ମାର୍ଟ ଶ୍ମଶାନ ବ୍ୟବହାର ଯୋଗ୍ୟ ହୋଇନପାରି ଜନସାଧାରଣଙ୍କ ସେବାରେ ଆସି ପାରୁନାହିଁ । ଜନସେବା କାର୍ଯ୍ୟରେ ଏହିପରି ଅବହେଳା କରାଯିବା ଏକ ଚିନ୍ତାର ବିଷୟ । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଦାବି କରାଯାଇଛି ।

ଦ୍ୱିତୀୟ ଦାବି: ମହାମାରୀ କରୋନା କାଳରୁ ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରାଜେନ୍ଦ୍ର ପାର୍କକୁ ନବୀକରଣ କରାଯିବା ନିମନ୍ତେ ବନ୍ଦ କରାଯାଇଛି । ପାଖାପାଖି ତିନି ବର୍ଷ ହେଇଯିବ ପାର୍କକୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲା ଯାଇପାରିନାହିଁ । ରାଜେନ୍ଦ୍ର ପାର୍କର ନବୀକରଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯାଇ ଜନସାଧାରଣଙ୍କ ନିମନ୍ତେ ଖୋଲା ରଖାଗଲେ ବଲାଙ୍ଗୀରବାସୀ ଉପକୃତ ହୋଇପାରିବେ ବୋଲି ଦାବି କରାଯାଇଛି ।

ମିଳିଥିବା ପ୍ରତିଶ୍ରୁତି:

୧: ନୂତନ ଭାବରେ ଯୋଗ ଦେଇଥିବା ପୌର ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ତୁରନ୍ତ ପଦକ୍ଷେପ ଗ୍ରହଣ କରି ପ୍ରଥମେ ସମ୍ବନ୍ଧିତ ଅଧିକାରୀଙ୍କ ଠାରୁ ସ୍ମାର୍ଟ ଶ୍ମଶାନ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ପରେ ଜଣେ ଟେକନିକାଲ ଷ୍ଟାଫଙ୍କୁ ନିଜ ଚ୍ୟାମ୍ବରକୁ ଡାକି କଥାବାର୍ତା କଲାପରେ ଅତିଶୀଘ୍ର ସ୍ମାର୍ଟ ଶ୍ମଶାନ କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

୨: ରାଜେନ୍ଦ୍ର ପାର୍କର ନବୀକରଣ କାର୍ଯ୍ୟ ଆଉ ଅଳ୍ପ ବାକି ରହିଯାଇଛି । ଯଥାଶୀଘ୍ର ସେହି କାର୍ଯ୍ୟଗୁଡିକୁ ସମ୍ପନ୍ନ କରାଯାଇ ଚଳିତ ମାସ ଶେଷ ସୁଦ୍ଧା ରାଜେନ୍ଦ୍ର ପାର୍କକୁ ବଲାଙ୍ଗିର ଜନସାଧାରଣଙ୍କ ନିମନ୍ତେ ଖୋଲି ଦିଆଯିବ ବୋଲି ପୌର ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ପ୍ରତିଶ୍ରୁତି ଦେଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *