ରଜତ ହତ୍ୟାକାଣ୍ଡର ଖୁଲାସା କଲେ ଏସପି : ଦ୍ୱିପାକ୍ଷିକ ପ୍ରେମ ଯୋଗୁଁ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଥିଲା, ମୁଖ୍ୟ ଅଭିଯୁକ୍ତ ସମେତ ୬ ଗିରଫ

Spread the love

ବଲାଙ୍ଗିର : ବଲାଙ୍ଗିର ସଦର ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରଜତ ହତ୍ୟାକାଣ୍ଡର ଖୁଲାସା କରିଛନ୍ତି ବଲାଙ୍ଗିର ଏସପି ରିଷିକେଶ ଖିଲାରୀ ।

ସୂଚନା ଅନୁସାରେ, ଗତ ୨୪ ତାରିଖ ଦିନ ସନ୍ଧ୍ୟାରେ ଅଏଁଲାଚୁଆଁ ନିବାସୀ ରଜତ ନିଖୋଜ ହେବା ପରେ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିବା ପରେ ବି ରଜତଙ୍କ ପତା ମିଳିନଥିଲା । ୨୫ ତାରିଖ ଦିନ ସକାଳେ ରଜତଙ୍କ ମୃତଦେହ ଖୁଜେନପାଲି ରେଲୱେ ଟ୍ରାକ୍ ରେ ମିଳିଥିଲା । ଏହି ଘଟଣା ସମ୍ପର୍କରେ ରେଳ ଷ୍ଟେସନ ମାଷ୍ଟରଙ୍କ ରିପୋର୍ଟ ଅନୁସାରେ ଜିଆରପି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିଲା । ମୃତକଙ୍କ ବାପା ନିରାକାର ପ୍ରଧାନ ତାଙ୍କ ପୁଅ ଆତ୍ମହତ୍ୟା କରିନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପ୍ରତ୍ୟେକ ଦିଗକୁ ଦୃଷ୍ଟିରେ ରଖି ସଦର ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତନାଘନା ତଦନ୍ତରୁ ଜଣାପଡ଼ିଥିଲା ଯେ, ଏହା ଆତ୍ମହତ୍ୟା ନୁହେଁ । ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ । କେବଳ ଆତ୍ମହତ୍ୟାର ରୂପ ଦେବାକୁ ହତ୍ୟାକାରୀମାନେ ରେଲୱେ ଟ୍ରାକ୍ରେ ରଜତଙ୍କ ମୃତଦେହ ଫୋପାଡ଼ି ଦେଇଥିଲେ । ତଦନ୍ତରୁ ଆହୁରି ଜଣାପଡ଼ିଥିଲା ଯେ, ଜଣେ ପ୍ରେମିକାଙ୍କୁ ଭଲ ପାଉଥିବା ଦୁଇ ଜଣ ପ୍ରେମିକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୃତ ରଜତ ଏବଂ ଅନ୍ୟ ଜଣକ ହେଉଛି ମୁଖ୍ୟ ଅଭିଯୁକ୍ତ ସିଲେଟ୍ପଡ଼ା ନିବାସୀ ସୂର୍ଯ୍ୟକାନ୍ତ ସେଲ୍ମା (୨୧) । ତେବେ ରଜତଙ୍କୁ ଅଏଁଲାଚୁଆଁ ନିକଟରେ ଏକ ନିଛାଟିଆ ସ୍ଥାନରେ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇ ଏକ ମୋଟର ସାଇକେଲ ସାହାଯ୍ୟରେ ଖୁଜେନପାଲି ନିକଟସ୍ଥ ରେଲୱେ ଟ୍ରାକରେ ନିକଟକୁ ଆଣି ଫୋପାଡ଼ି ଦିଆଯାଇଥିଲା । ଏହି ଘଟଣାରେ ବଲାଙ୍ଗିର ସଦର ପୋଲିସ ସିଲେଟପଡ଼ା ଗାଁର ସୂର୍ଯ୍ୟକାନ୍ତ ସେଲମା(୨୧), ରାଜୀବ ବଗର୍ତି (୨୧) ଓ ଅନ୍ୟ ୪ ଜଣ ନାବାଳକଙ୍କୁ ଗିରଫ୍ କରିଛି । ହତ୍ୟାକାରୀଙ୍କ ଠାରୁ ହତ୍ୟାରେ ବ୍ୟବହାର କରାଯାଇଥିବା ସାଇକେଲ କ୍ରେଙ୍କ୍‌, ଗୋଟିଏ ଆଇରନ୍ ରଡ୍‌, ଗୋଟିଏ କଟୁରୀ, ଗୋଟିଏ ଛୁରୀ, ଗୋଟିଏ ଲାଠି, ୬ଟି ମୋବାଇଲ୍ ଫୋନ ଏବଂ ଦୁଇଟି ମୋଟର ସାଇକେଲ ଜବତ୍ କରିଛି ସଦର ପୋଲିସ ।

Leave a Reply

Your email address will not be published. Required fields are marked *