ପ୍ରଶାସନ ପକ୍ଷରୁ ବଲାଙ୍ଗିରର ସାଧାରଣ ବଂଟନ କେନ୍ଦ୍ର ଗୁଡ଼ିକର ଦୁର୍ନୀତି ଅଭିଯୋଗର ତଦନ୍ତ ଆରମ୍ଭ

ବଲାଙ୍ଗୀର : ସହର ମଧ୍ୟରେ ଚାଲିଥିବା ଏସ ଏଚ୍ ଜି ଗୋଷ୍ଟି ମାନଙ୍କ ଦ୍ୱାରା ପି ଡି ଏସ ଚାଉଳ ବଣ୍ଟନ କେନ୍ଦ୍ର ମାନଂକ ରେ ଗରିବ ଖାଉଟି ମାନଙ୍କ ଚାଉଳ ଠିକ୍ ଭାବରେ ମିଳୁନଥିବା ଯୋଗୁଁ ଅଭିଯୋଗ ଉଠିଥିଲା । ବଲାଙ୍ଗିର ସହରରେ ଚାଉଳ ବଂଟନରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଏବେ ଜୋରସୋର ତଦନ୍ତ ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ବଲାଙ୍ଗୀର ଶାନ୍ତିପଡାଠାରେ ଥିବା ଏସ୍‌ଏଚ୍‌ଜି ଚାଉଳ ବଂଟନ କେନ୍ଦ୍ରକୁ ଯାଇ ନଗର ଉନ୍ନୟନ ବିଭାଗର ତଦନ୍ତକାରୀ ଟିମ୍ ତଦନ୍ତ କରିଥିବା ଦେଖିବାକୁ ମିଳିଛି । ଜିଲ୍ଲା ନଗର ଉନ୍ନୟନ ବିଭାଗର ପି.ଡ଼ି.ସୁଦର୍ଶନ ସାଏଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏକ ୭ ଜଣିଆ ଟିମ୍ ପୁରା ଘଟଣାର ତଦନ୍ତ କରୁଛନ୍ତି । ଆଜି ଶାନ୍ତିପଡାଠାରେ ଥିବା ଏସ୍‌ଏଚ୍‌ଜି ଗୃପର ଚାଉଳ ବଂଟନ କେନ୍ଦ୍ରକୁ ତଦନ୍ତକାରୀ ଟିମ୍ ପହଂଚି ତଦନ୍ତ କରିଥିଲେ । କେତେ ଷ୍ଟକ ଅଛି, ଚାଉଳ ଠିକ୍‌ରେ ବଂଟନ କରାଯାଉଛି ନା ନାହିଁ, ସେ ନେଇ ତଦନ୍ତ କରିଛି ଟିମ୍ । ତେବେ ତଦନ୍ତ ରିପୋର୍ଟ ପାଇବା ପରେ ଦୋଷୀ ବିରୋଧରେ ଜିଲ୍ଲା ପ୍ରସାଶନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *