ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶୂନ୍ୟଛାୟା ଦିବସ ପାଳିତ

Spread the love

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ପରିସରରେ ଶୂନ୍ୟ ଛାୟା ଦିବସ ପାଳିତ ହୋଇଯାଇଛି । ପ୍ରକାଶ ଥାଉକି ବିଶ୍ୱର ପ୍ରତ୍ୟେକ ସ୍ଥାନରେ ଅକ୍ଷାଂଶ ଆଉ ଦ୍ରାଘିମାର ସ୍ଥିତି ଅନୁସାରେ ଶୂନ୍ୟ ଛାୟା ଦିବସ ପାଳନର ତାରିଖ ନିର୍ଦ୍ଧାରିତ ହୋଇଥାଏ । ଏହା ବର୍ଷକୁ ଦୁଇଥର ଅନୁଭୂତ ହୁଏ । ବଲାଙ୍ଗୀର ୨୦.୭୦୧୧ ଡିଗ୍ରୀ ଉତର ଅକ୍ଷାଂଶ ତଥା ୮୦.୪୮୪୬ ଡିଗ୍ରି ପୂର୍ବ ଦ୍ରାଘିମା ରେଖାରେ ଅବସ୍ଥିତ । ତେଣୁ ମଇ ମାସ ୨୩ ତାରିଖ ପୂର୍ବାହ୍ନ ୧୧.୫୪ ଘଟିକା ସମୟରେ ଠିକ୍ ଏହି ଜାଗତିକ ଦୃଶ୍ୟ ଏଠି ଦୃଶ୍ୟମାନ ହୋଇଥିଲା । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାଜେଶ ମିଶ୍ର, ସାଧନ କର୍ମୀ ବିଜ୍ଞାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ଅନିଲ ନନ୍ଦ, ଅଶ୍ୱିନି ଷଡଙ୍ଗୀ, କର୍ମଚାରୀ କରୁଣା ସା ତଥା “ଖୋଜ”ର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ଦିବସ ପାଳନ କରିବା ସହିତ ପ୍ରାକ୍ଟିକାଲ ମାଧ୍ୟମରେ ଏହାକୁ ଦର୍ଶାଯାଇଥିଲା ।

Leave a Reply

Your email address will not be published. Required fields are marked *