ମାଛ ଜାଲରୁ ମୃତଦେହ ଉଦ୍ଧାର

Spread the love

ବାଲେଶ୍ୱର: ମାଛ ଧରୁ ଧରୁ ଜାଲରେ ଲାଗିଲା ଅଜଣା ନାବାଳିକାର ମୃତ ଦେହ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବଡ଼ ତାଳପଦା ଗ୍ରାମରେ ଥିବା ପାଶି ଖାଳରେ ଆଜି ସକାଳ ସମୟରେ ଗ୍ରାମର ବୁଲୁ ଦଳାଇ ନାମକ ଏକ ବ୍ୟକ୍ତି ମାଛ ଧରିବା ପାଇଁ ଜାଲ ଦେଇଥିଲା ବେଳେ ଜାଲରେ ଏକ ଅଜଣା ନାବାଳିକାର ମୃତ ଶରୀର ଲାଗିଥିବା ଦେଖିବାକୁ ପାଇଥିଲେ। ବୁଲୁ ଏକଥା ସଂଗେ ସଂଗେ ଗ୍ରାମ ବାସୀଙ୍କୁ ଜଣାଇ ଥିଲେ। ପରେ ଗ୍ରାମବାସୀ ମାନେ  ବାଲିଆପାଳ ଥାନାକୁ ଜଣାଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ତଦନ୍ତ ଜାରି ରଖିଛି। ନାବାଳିକାଟିକୁ ହତ୍ୟାକରି କେହି ଫିଙ୍ଗି ଦେଇଛି ନା ଆଉ କଣ କାରଣ ରହିଛି ତାହା ସାଧାରଣରେ ପଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *