କାଲିଠୁ ଜମିବ ଐତିହାସିକ ବାଲିଯାତ୍ରା

 ଉଭୟ ଉପର ଓ ତଳ ପଡ଼ିଆରେ ଜମିବ ଯାତ୍ରା ।  ଆସନ୍ତାକାଲି ସନ୍ଧ୍ୟା ୫ଟାରେ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।  ଏ ବର୍ଷ ବାଲିଯାତ୍ରାକୁ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ଦିଆଯାଇଛି ନିମନ୍ତ୍ରଣ  । ୧୨ ଦେଶର ରାଷ୍ଟ୍ରଦୂତ ଓ ୭ ଦେଶର କଳାକାର ଆସିବାକୁ ସହମତି ପ୍ରକାଶ କରିଛନ୍ତି ।  ବାଲିଯାତ୍ରା ସହ ସେମାନଙ୍କୁ ମାରିଟାଇମ୍ ମ୍ୟୁଜିଅମ୍ ବୁଲାଇବା ପାଇଁ ମଧ୍ୟ ଯୋଜନା ରହିଛି ।  ପ୍ରତ୍ୟେକ ଦିନ ବିଭିନ୍ନ ଦେଶରୁ କଳାକାର ଆସିବେ ।  ଏଥର୨୫ଶହ ଷ୍ଟଲ ପଡିବ ।  ବାଲିଯାତ୍ରା ତଳ ପଡିଆରେ ୩ଟି ଗେଟ୍ ଓ ଉପର ପଡିଆରେ ୨ଟା ଏଣ୍ଟ୍ରି ଗେଟ୍ କରାଯାଇଛି ।  ବାଲିଯାତ୍ରାକୁ ସୁରୁଖୁରୁରେ ଶେଷ କରିବାକୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି ।  ଏଥର ୪୦୦ ଡ୍ରୋନ୍ ବ୍ୟବହାର କରାଯିବ ।ଅନ୍ୟପଟେ ମୋବାଇଲ୍ ନେଟ୍ଓ୍ବର୍କ ସମସ୍ୟା ଓ ଅନଲାଇନ୍ ଟ୍ରାଞ୍ଜାକ୍ସନ ସମସ୍ୟା ଦୂର ପାଇଁ ଚେଷ୍ଟା କରାଯାଇଛି ।  ଚଳିତ ବର୍ଷ ମୋବାଇଲ୍ କଲ୍ ଓ ଡିଜିଟାଲ ଟ୍ରାଞ୍ଜାକ୍ସନ ପାଇଁ ଅଧିକ ବ୍ୟବସ୍ଥା ହୋଇଛି ।  ଯାତ୍ରା ପଡ଼ିଆରେ ବିଭିନ୍ନ ଟେଲିକମ୍ କମ୍ପାନୀ ୮ଟି ଶକ୍ତିଶାଳୀ ଟାୱାର ଲଗାଇଛନ୍ତି ।   କିଛି ସ୍ଥାନକୁ ଇଣ୍ଟରନେଟ୍ ହଟ୍ ସ୍ପଟ୍ ଜୋନ୍ ଓ ଅଫଲାଇନ୍ ୟୁପିଆଇ ବ୍ୟବସ୍ଥା ବି ହୋଇଛି ।  ଫୋନ୍ କଲ୍ ଯେପରି ନିରବଚ୍ଛିନ୍ନ ଭାବେ ଚାଲିବ ସେଥିପାଇଁ ସମସ୍ତ ବନ୍ଦୋବସ୍ତ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *