ବାଲେଶ୍ୱର ଗୋଷ୍ଠୀ ସଂଘର୍ଷ ଘଟଣା: ୯ ଘଣ୍ଟା କର୍ଫ୍ୟୁ କୋହଳ

Spread the love

ବାଲେଶ୍ୱର ଦୁଇ ଗୋଷ୍ଠୀ ସଂଘର୍ଷ ଘଟଣା। ଜାରି ଥିବା କର୍ଫ୍ୟୁ ପରିସ୍ଥିତି ଉପରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ। ଆଜିଠାରୁ ସକାଳ ୫ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୯ଘଣ୍ଟା କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ କର୍ଫ୍ୟୁ ହଟିଛି । ଏଥିସହ ଟାଉନ ଥାନା ଓ ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ କେବଳ କର୍ଫ୍ୟୁ ବଳବତ୍ତର ରହିବ ଏବଂ ଦିନ ୨ଟା ପରେ ପୁଣି କଡାକଡି ହେବ । ଲ୍ୟାଣ୍ଡ ଲାଇନ୍ based internet କୋହଳ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ସଂପୂର୍ଣ୍ଣ ଭାବରେ ସ୍ୱଭାବିକ କରିବାକୁ ଚେଷ୍ଟା କରାଯାଉଛି । ବର୍ତମାନ କିଛି ଗୁଜବ ପ୍ରଚାର ଚାଲିଛି, ତାହା ସଂପୂର୍ଣ୍ଣ ମିଛ । ବାଲେଶ୍ଵର ସହରବାସୀ ତାକୁ ବିଶ୍ୱାସକୁ ନନେବା ପାଇଁ କୁହାଯାଇଛି। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ସହ ଯୋଗାଯୋଗ କରାଯାଇ ବାଲେଶ୍ୱର ସହରରେ ଖୁବଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ସମସ୍ତ ଚେଷ୍ଟା କରାଯାଇଛି।  ବର୍ତମାନ ସୁଦ୍ଧା ମୋଟ ୬୫ଜଣଙ୍କୁ ଗିରଫ କରାଯାଇଛି। ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ପ୍ରତିଷ୍ଠିତ ଲୋକଙ୍କ ସହ ଯୋଗାଯୋଗରେ ଅଛୁ ବୋଲି ଜିଲ୍ଲାପାଳ କହିଛନ୍ତି। ବାଲେଶ୍ଵର ପୌରପାଳିକାରେ ସ୍କୁଲ ବନ୍ଦ ରହିବ। କ୍ଷୀର ଓ ମେଡିସିନ ଦୋକାନ ଖୋଲା ରହିବା ପାଇଁ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ବାଲେଶ୍ଵର ପୌରପାଳିକା ଓ ୩ଟି ଥାନା ମଧ୍ୟରେ କର୍ଫ୍ୟୁ ଜାରି କରାଯାଇଥିଲା।

Leave a Reply

Your email address will not be published. Required fields are marked *