ଭଦ୍ରକାଳୀ ପୀଠରେ ମହାଲକ୍ଷ୍ମୀ ପୂଜାର୍ଚ୍ଚନା

Spread the love

ଭଦ୍ରକ: ପ୍ରସିଦ୍ଧ  କାଳୀପୂଜା ପାଇଁ  ଚଳଚଞ୍ଚଳ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠ।  ସପ୍ତମାତୃକା ବେଶରେ ମାଙ୍କୁ ପୂଜାର୍ଚ୍ଚନା କରାଯାଉଥିବାବେଳେ, ଆଜି ମାଙ୍କୁ ମହାଲକ୍ଷ୍ମୀ ବେଶରେ ପୂଜାର୍ଚ୍ଚନା କରାଯାଇଛି। ଏହି ବେଶକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି। ୭ଦିନ ଧରି ଅନୁଷ୍ଠିତ ହେଉଥିବା କାଳୀପୂଜା ପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରତିଯୋଗିତା ମୂଳକ ଆୟୋଜନ କରାଯାଇଥିଲା ବେଳେ, ଆକର୍ଷଣୀୟ ତୋରଣ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳI ରେ ଝଲସୁଛି ବିଭିନ୍ନ ପୂଜାମଣ୍ଡପ। 

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ  ପୀଠରେ ଚାଲିଛି ମହାପୂଜାଉତ୍ସବ। ଅମାବାସ୍ୟା ତିଥିଠାରୁ ସପ୍ତମାତୃକା ବେଶରେ ମାଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ, ଆଜି ମା ଭଦ୍ରକାଳୀଙ୍କୁ ମହାଲକ୍ଷ୍ମୀ ବେଶରେ ସୁସଜ୍ଜିତ କରି ପୂଜାର୍ଚ୍ଚନା କରାଯାଇଛି। ଶେଷ ଦିବସରେ ମା ଭଦ୍ରକାଳୀଙ୍କୁ ମହାଲକ୍ଷ୍ମୀ ବେଶରେ ବିଶେଷ ପୂଜାର୍ଚ୍ଚନା କରାଯାଉଥିବାବେଳେ, ମା ଙ୍କୁ ଏହି ବେଶରେ ଦର୍ଶନ କଲେ ଧନଧାନ୍ୟ ପ୍ରାପ୍ତି ହେବା ସହ ପରିବାରରେ ସୁଖଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେବେ ମାଙ୍କ ଶେଷ ଦିନରେ ପୂଜାର୍ଚ୍ଚନା କରାଯାଉଥିବାବେଳେ, ମହାଯଜ୍ଞ ସହ ଗୀତାପାଠ, ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଅନ୍ୟପକ୍ଷରେ ଦୀର୍ଘ ଦୁଇ ବର୍ଷ ପରେ ଏହି ଐତିହାସିକ କାଳୀପୂଜ ଦେଖିବା ଓ ବୁଲିବା ବେଶ ନିଆରା ବୋଲି କହିଛନ୍ତି ଶ୍ରଦ୍ଧାଳୁ.

ଦୀର୍ଘ ବର୍ଷ ଧରି ଭଦ୍ରକ ଚରମ୍ପାରେ ମାଆ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇ ଆସୁଥିବା ବେଳେ, ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଯୋଗିତା ଜାରି ରହିଛି।  ଜିଲ୍ଲାର ୫୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ମା ଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ, ମୁଖ୍ୟତଃ  ଚରମ୍ପାରେ ୯ ଟି ପୂଜା ମଣ୍ଡପ ପକ୍ଷରୁ ମା କାଳୀଙ୍କୁ ମହାଆଡମ୍ବର ସହକାରେ  ପୂଜାର୍ଚ୍ଚନା କରାଯାଇଛି।

ପ୍ରସିଦ୍ଧ କାଳୀପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ  ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି.

ଶାନ୍ତନୁ ପଣ୍ଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *