ମା’ ଗଜଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ 

Spread the love

ଭଦ୍ରକ : ଆଜି ଭଦ୍ରକ ଗେଲପୁର ପଞ୍ଚାୟତସ୍ଥିତ ସାମରାଇପୁର-ପ୍ରାଚୀନଗରରେ ମା’ ଗଜଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ଗତ ରବିବାର ଦିନ ଶୁଭା ଅଧିବାସ, କଳସ ଯାତ୍ରା, ଯଜ୍ଞାରମ୍ଭ ଓ ସୂର୍ଯ୍ୟ ପୂଜା ହୋଇଥିବାବେଳେ ସୋମବାର ଦିନ ସୂର୍ଯ୍ୟ, ଘଟ ମଣ୍ଡଳାଦି ପୂଜା କରାଯାଇ ବିଗ୍ରହ ପ୍ରାଣପ୍ରତିଷ୍ଠା ପ୍ରବେଶ ଉତ୍ସବ ଓ ମଣ୍ଡପ ପୂଜା ସଂପନ୍ନ ହୋଇଥିଲା । ତେବେ ଆଜି ମଙ୍ଗଳବାର ଦିନ ନବଯୌବନ ଦର୍ଶନ ସହ ଚଣ୍ଡି ଯଜ୍ଞ, ପୂର୍ଣ୍ଣାହୁତି ଓ ପ୍ରସାଦ ସେବନରେ ମା’ଙ୍କ ମନ୍ଦିର ଓ ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାପନ ହୋଇଛି । ଏହି ପୂଜାରେ ମନୋଜ କୁମାର ପାଢୀ ଓ ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ପାଢୀ କର୍ତ୍ତାଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ମାଙ୍ଗଳିକ କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ମା’ଙ୍କ ଦିବ୍ୟକୃପା ଲାଭ କରିବା ସହ ଏଥି ଉପଲକ୍ଷେ ଆୟୋଜିତ ଭଜନ ସନ୍ଧ୍ୟା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *