ସ୍ନାନ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର

Spread the love

ବ୍ରହ୍ମପୁର : ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ସ୍ନାନ ବିଧି ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଆଜି ସକାଳେ ଅନୁଷ୍ଠିତ ହୋଇଯାଇଛି । ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ, ଶୁଦ୍ଧ ଜଳରେ ସ୍ନାନ କରି କାର୍ଯ୍ୟକଲେ କାର୍ଯ୍ୟ ସଫଳ ହୁଏ । ଗାଧୋଇବା ଦ୍ଵାରା କ୍ଷୁଧା, ବଳ, ଆୟୁଷ, ଉତ୍ସାହ ବଢେ। ଚର୍ମରୋଗ, ପରିଶ୍ରମ, ସ୍ଵେଦ, ଆଳସ୍ୟ, ଦାହ ନାଶହୁଏ ।କର୍ଣ୍ଣ, ନାସା, ଚକ୍ଷୁ ବା ଶିର ସଂକ୍ରମଣ, ଭୋଜନ ପରେ, ଅସୁସ୍ଥ ସମୟରେ ସ୍ନାନ କରାଯାଏ ନାହିଁ। ମନ୍ତ୍ର, ମାଟି, ଭସ୍ମ, ଗୋଧୂଳି, ବର୍ଷା ଜଳ, ଧ୍ୟାନ ଓ ନଦୀ ଏହିପରି ସାତ ପ୍ରକାର ସ୍ନାନ ମଧ୍ୟରୁ ନଦୀଜଳ ସ୍ନାନ ଉତ୍ତମ। ଅଧିକ ଜଳ ସ୍ନାନ କଲେ ଜଗନ୍ନାଥଙ୍କ ପରି ଥଣ୍ଡା ଜ୍ଵରରେ ପଡିବେ ।

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା । ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ ଓ ମନ୍ଦିର କମିଟି ସଭ୍ଯ ସଭ୍ୟା । ଏହି ଶିବିର ପ୍ରତି ସୋମବାର ଦିନ ଅନୁଷ୍ଠିତ ହୋଇଥାଏ । ସମସ୍ତେ ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *