ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ଯୁବ ନେତାଙ୍କ କେସିଙ୍ଗା ବ୍ଲକ ଗସ୍ତ

Spread the love

ଭବାନୀପାଟଣା : ଆଜି ଭବାନୀପାଟଣା ନିର୍ବାଚନ ମଣ୍ଡଳୀ କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡାବନ୍ଧ ପଂଚାୟତ ଅଫିସ୍ ଠାରେ ପଞ୍ଚାୟତ ଜନପ୍ରତିନିଧି ଏବଂ ମୁରବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଂଟୁ ନାଏକ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ଯୋଗଦେଇ ଆମ ଓଡ଼ିଶା, ନବୀନ ଓଡ଼ିଶା  ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ପ୍ରତ୍ୟେକ ପଞ୍ଚାୟତରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ବିକାଶ ଓ ପ୍ରଚାର ପାଇଁ, ଶିକ୍ଷା, କ୍ରିଡା ଭିତିଭୂମିର ବିକାଶ ତଥା ଅନ୍ୟାନ୍ୟ ଭିତିଭୂମି ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅନ୍ତର୍ଗତ ୫୦ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ବୈଠକରେ କୁଣ୍ଡାବନ୍ଧ ସରପଞ୍ଚ ଶ୍ରୀମତୀ ରୋଜି ପ୍ରଧାନ, ୧୧ଗୋଟି ୱାର୍ଡ ମେମ୍ବର, ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *