ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳ ପରା ଗ୍ରାମରେ ଭାଲୁ ଆକ୍ରମଣ । ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣଙ୍କ ହେଲେ ପରା ଗ୍ରାମର ସୁମନ୍ତ ପ୍ରଧାନ । ସୂଚନା ଅନୁଯାୟୀ ସୁମନ୍ତ ସକାଳେ ଗାଁ ନିକଟସ୍ଥ ବନଦୁର୍ଗା ମନ୍ଦିର ନିକଟକୁ ଯାଇଥିବା ବେଳେ ସେଠାରେ ଏକ ଜଙ୍ଗଲୀ ଭାଲୁ ସହିତ ମୁହାଁମୁହିଁ ହୋଇଥିଲେ l ଫଳରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ସୁମନ୍ତଙ୍କ ଚିତ୍କାର ଶୁଣି ସେଠାରେ ଥିବା ଲୋକମାନେ ପାଟି କରିବାରୁ ଭାଲୁଟି ଜଙ୍ଗଲ ଆଡ଼କୁ ପଳାଇ ଯାଇଥିଲା l ପରେ ସୁମନ୍ତଙ୍କ ପରିବାର ଲୋକ ଖବର ପାଇ ଗୁରୁତର ଅବସ୍ଥାରେ ସୁମନ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ଭାଲୁ ଆକ୍ରମଣରେ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଛି l
Naxatra News is now on Whatsapp
Join and get latest news update delivered to you via whatsapp
Join Now