ଭବାନୀପାଟନାର ବିଭିନ୍ନ ପର୍ଯ୍ୟଟନସ୍ଥଳିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

Spread the love

ଭବାନୀପାଟଣା: ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପାହାଡର ବୁକୁ ଚିରି କୁଳୁକୁଳୁ ନାଦରେ ବୋହି ଯାଉଛି କଳାହାଣ୍ଡି ଜିଲ୍ଲା ର ଫୁର୍ଲି ଝରଣ ଓ ରାବଣ ଧାର   ଜଳପ୍ରପାତ ର ସୁଅ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି ଆନମନା ।

ଆରମ୍ଭ ହୋଇ ଯାଇଛି ପିକନିକ ଋତୁ । ମଜା ଉଠାଉଛନ୍ତି ପର୍ଯ୍ୟକ ମାନେ । ଭବାନୀପାଟଣା ସଦର ମହକୁମାର ଅନତି ଦୂରରେ ଅବସ୍ଥିତ ରାବଣ ଧାର ଜଳପ୍ରପାତ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷ ତମାମ ପର୍ଯ୍ୟଟକ ଓ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ରାବଣ ଧାର  ଜଳପ୍ରପାତରେ ବନ ବିଭାଗ ପକ୍ଷରୁ ଏକ ରେଷ୍ଟୁରାଣ୍ଟ ମଧ୍ୟ ଖୋଲାଯାଇଛି। ଏହା ସହ ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିବା ପାଇଁ ଅନେକ ଗୁଡିଏ ନବୀକରଣ ମଧ୍ୟ କରାଯାଇଛି। ଯେଉଁଥି ପାଇଁ ଏଠାକୁ ଛୁଟି ଆସିଛନ୍ତି ଅନେକ ପର୍ଯ୍ୟଟକ। କିଏ  ବଣଭୋଜିର ମଜା ନେଉଛି ତ ପୁଣି ଆଉ କିଏ ନିଜ କ୍ୟାମେରା ଲେନ୍ସରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ କଏଦ କରୁଛି। ସେପଟେ ଯୁବ ପିଢ଼ି ମଧ୍ୟ ସେଲ୍ଫି ଓ ରିଲସ ତିଆରି କରି  ଏହାର ଖୁବ ମଜା ଉଠାଉଛନ୍ତି  । ହେଲେ ରାବଣଧାରା ଜଳପ୍ରପାତ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବେହାଲ ହୋଇ ପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ପର୍ଯ୍ୟଟକ ମାନେ ଦାବି କରିଛନ୍ତି।

ସେହିପରି ନୈସର୍ଗିକ ସୌନ୍ଦର୍ଯ୍ୟରେ  ଭରପୁର ଫୁର୍ଲି ଝରଣା ଜଳପ୍ରପାତରେ ମଧ୍ୟ ଲାଗିଛି ପାର୍ଯ୍ୟଟକଙ୍କ ଭିଡ଼ । ଭବାନୀପାଟଣାରୁ ମାତ୍ର ୧୬ କିଲୋମିଟ ଦୂରରେ ଥିବା ଏହି ଜଳପ୍ରପାତକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୂଆ ରୂପରେଖ ଦିଆଯାଇଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଲୋକୋଙ୍କ ଛୁଟିଛି ସୁଅ । ପ୍ରାୟ ୪୦ ଫୁଟ ଉପରୁ ପାଣି ପଡୁ ଥିବାର ଦୃଶ୍ୟ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଛି । ସେଠାରେ ଭୋଜି ଭାତର ଆସର ସାଙ୍ଗକୁ ସୂର୍ଯ୍ୟ ଅସ୍ତ ହେବା ମାତ୍ରକେ ସମସ୍ତେ ସେଲଫି ନେବାରେ ଲାଗିଯାଉଛନ୍ତି । କେବଲ ଏହି ଦୁଇଟି ଜଳପ୍ରପାତ ନୁହଁ ଜିଲାରେ ଗୁଡ଼ହାଣ୍ଡି ପାହାଡ଼ ଗୁମ୍ଫା, ଡୋକରୀ ଚଞ୍ଚରା, ଇନ୍ଦ୍ରାବତୀ ଜଳ ଭଣ୍ଡାର, ଗଦଗଦା ଜଳ ପ୍ରପାତ ଏହି ଭଳି ଅନେକ ଗୁଡ଼ାଏ ପର୍ଯ୍ୟଟନସ୍ଥଳୀ ଦର୍ଶକଙ୍କ ମନ ମୋହୁଚି ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ଦର୍ଶନୀୟ ସ୍ଥାନ ଗୁଡିକର ଉନ୍ନୟନ ମୂଳକ କାମ ହାତକୁ ନିଆଯାଇଥିବାବେଳେ ବନ ବିଭାଗ ପକ୍ଷରୁ ଶିଶୁ ଉଦ୍ୟାନ ର ବ୍ୟବସ୍ଥା କରାଯାଇଛି ।

କୈଳାସ ସାହୁ

Leave a Reply

Your email address will not be published. Required fields are marked *