ମିଶନ ଶକ୍ତିର ପ୍ରତିନିଧିତ୍ୱ ପାଇଁ ସିଙ୍ଗାପୁର ଯାତ୍ରାରେ ଭଦ୍ରକ ଜିଲ୍ଲା ସାମିଲ

Spread the love

ଭଦ୍ରକ : ଭୁବନେଶ୍ୱରରୁ ଦୁବାଇକୁ ସିଧା ସଳଖ ବିମାନ ଉଡ଼ାଣର ଶୁଭାରମ୍ଭ କରାଯିବା ପରେ ଆସନ୍ତା ୩ ତାରିଖରେ ଭୁବନେଶ୍ୱରରୁ ସିଙ୍ଗାପୁରକୁ ବିମାନ ଉଡ଼ାଣ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦୁବାଇକୁ ବିମାନ ଯାତ୍ରାରେ ଓଡ଼ିଶା ମିଶନ ଶକ୍ତିର ପ୍ରତିନିଧିତ୍ୱ ପାଇଁ ୧୦ଟି ଜିଲ୍ଲାରୁ ୧୦ ଜଣ ଡ଼େଲିଗେଟସ୍‌ଙ୍କୁ ପ୍ରେରଣ କରାଯାଇଥିଲା । ସିଙ୍ଗାପୁର ଯାତ୍ରାରେ ମଧ୍ୟ ମିଶନ ଶକ୍ତିର ପ୍ରତିନିଧିତ୍ୱ ପାଇଁ ସାମିଲ କରାଯାଇଥିବା ୧୧ଟି ଜିଲ୍ଲା ମଧ୍ୟରେ ଭଦ୍ରକ ଜିଲ୍ଲା ସ୍ଥାନ ପାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ୨୪୦୦ ରୁ ଉର୍ଦ୍ଧ ଏସ୍‌.ଏଚ୍‌.ଜିର ଅଢ଼େଇ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ସଦସ୍ୟା ମାନଙ୍କ ପ୍ରତିନିଧି ହିସାବରେ ସିଙ୍ଗାପୁର ଯାତ୍ରାରେ ଯିବାକୁ ଥିବା ଜିଲ୍ଲା ସ୍ତରୀୟ ଫେଡ଼େରେସନ୍ ସଦସ୍ୟ କଲ୍ୟାଣୀ ଦାସଙ୍କୁ ଆଜି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା, ଓ.ଏଲ୍‌.ଏମ୍ ର ଡି.ପି.ଏମ୍‌. ସଞ୍ଜୟ କୁମାର ବାରିକ୍‌, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ସୀତାଂଶୁ ଶେଖର ସାହୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ସି.ଡ଼ି.ଓ. ଉ ରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶ୍ରୀମତୀ ଦୀସଙ୍କ ଯାତ୍ରାର ଶୁଭ ମନାସି ଥିଲେ । ସୂଚନା ଯୋଗ୍ୟ କି କଲ୍ୟାଣୀ ଦାସ ୨୦୦୪ ମସିହାରୁ ଏସ୍‌.ଏଚ୍‌.ଜି ରେ ଜଣେ ସଦସ୍ୟ ହିସାବରେ ଯୋଗଦେଇ ବି.ଏଲ୍‌.ଏଫ୍‌.ର ସେକ୍ରେଟେରୀ ଏବଂ ବ ର୍ମାନ ଡ଼ି.ଏଲ୍‌.ଏଫ୍ ର ସଦସ୍ୟ ହିସାବରେ କାର୍ଯ୍ୟରତ । ତିହିଡ଼ି ବ୍ଲକ୍‌ର ଭାଟପଡ଼ା ଗ୍ରାମପ ।ୟତର ମା’ ମଙ୍ଗଳା ଏସ୍‌.ଏଚ୍‌.ଜି.ର ସଦସ୍ୟା ଶ୍ରୀମତୀ ଦାସ ଏହି ଯାତ୍ରା ତାଙ୍କ ପାଇଁ ପରମ ସୌଭାଗ୍ୟ ବୋଲି ପ୍ରକାଶ କରିଛନ୍ତି । ଏସ୍‌.ଏଚ୍‌.ଜି ଜରିଆରେ ମା’ ମାନଙ୍କୁ ରୋଜଗାରକ୍ଷମ କରାଇ ମହିଳା ସଶକ୍ତକରଣ ଦିଗରେ ମିଶନ ଶକ୍ତିର ଉଲ୍ଲେଖନୀୟ ଅବଦାନ ସମ୍ବନ୍ଧରେ ବିଦେଶରେ ବା ର୍ା ପ୍ରଦାନ ସହିତ ମହିଳା ମାନଙ୍କ ଲାଗି ସେ ଦେଶରେ ନିଆଯାଉଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଜ୍ଞାନ ଆହରଣ କରି ଆମ ଜିଲ୍ଲାର ମା’ ମାନଙ୍କୁ ଅବଗତ କରାଇବା ନେଇ ମନରେ ଆଶା ପୋଷଣ କରିଛନ୍ତି ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *