ରକ୍ତ ଦେବା – ବିଶ୍ୱବିଦ୍ୟାଳୟ ନେବା : ବିଦ୍ୟାର୍ଥୀ ବିକାଶ ମଞ୍ଚ 

Spread the love

ଭଦ୍ରକ : ବିଦ୍ୟାର୍ଥୀ ବିକାଶ ମଞ୍ଚ ପକ୍ଷରୁ ଚଳିତ ମଇ ୨୧ ତାରିଖ ଭଦ୍ରକ ଟାଉନ୍ ହଲରେ ଏକ ସଭା ଅନୁଷ୍ଠିତ ହେବାର ଅଛି । ସେଠାରେ ରକ୍ତଦେବା-ଭଦ୍ରକରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବ । ହାରିନାହାଁନ୍ତି-ହାରିବେ ନାହିଁ-ସ୍ୱାଭିମାନୀ ଭଦ୍ରକବାସୀ । ଏଭଳି କିଛି ମର୍ମସ୍ପର୍ଶୀ ନାରା ଦେଇ ଆଜି ସ୍ଥାନୀୟ ଜାନୁଗଞ୍ଜସ୍ଥିତ ଦିବ୍ୟମ୍ ପରିସରରୁ ସମଗ୍ର ଭଦ୍ରକ ଜିଲାରେ ବ୍ୟାପକ ପ୍ରଚାର ପ୍ରସାର ଓ ମିଳିତ ସାମାଜିକ ପ୍ରୟାସର ଶୁଭାରମ୍ଭ କରିଛି ବିଦ୍ୟାର୍ଥୀ ବିକାଶ ମଞ୍ଚ, ଭଦ୍ରକ । ସଂଗଠନର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ରବିନ୍ଦ୍ର କୁମାର ନାୟକ, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡାଃ ରାଧାରାଣୀ ମହାପାତ୍ର ଓ ଅନ୍ୟତମ ଅତିଥି ଭାବରେ ସାମାଜିକ କର୍ମୀ ଅତୁଲ ଦେ, ଉଦ୍ୟାନବିତ୍ ବିଚିତ୍ରାନନ୍ଦ ମହାନ୍ତି, ସମାଜସେବୀ ପ୍ରେମାନନ୍ଦ ମହାନ୍ତି ଯୋଗଦେଇ ମଇ ୨୧ ରେ ହେବାକୁ ଥିବା ଟାଉନ୍ ହଲ୍ କାର୍ଯ୍ୟକ୍ରମକୁ ସଫଳ କରିବା ଲାଗି ସମସ୍ତ ଭଦ୍ରକବାସୀଙ୍କୁ ନିବେଦନ ଜଣାଇବା ସହିତ ଜିଲାବ୍ୟାପୀ ଏହି ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ହେବାକୁ ଥିବା ପ୍ରଚାର ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଉକ୍ତ ଅନୁଷ୍ଠାନର କର୍ମକର୍ତ୍ତା ଓ ଉପଦେଷ୍ଟାମାନଙ୍କ ତରଫରୁ ଭଦ୍ରକ ଜିଲାର ସମସ୍ତ ସାମାଜିକ, ଧାର୍ମିକ, ସାଂସ୍କୃତିକ ସଂଗଠନ, ଯୁବ ଛାତ୍ର, ମହିଳା ସଂଗଠନ, ସମସ୍ତ କ୍ଲବ୍‌ର ସଭ୍ୟ/ସଭ୍ୟା ତଥା ଜନତା ଜନାର୍ଦ୍ଦନ ଗଣ ସ୍ୱଇଚ୍ଛାରେ ଆସି ଚଳିତ ମଇ ୨୧ ତାରିଖ ଦିନ ଭଦ୍ରକ ଟାଉନ୍ ଠାରେ ଦ୍ୱିତୀୟ ଅଧିବେଶନରେ ବିଶିଷ୍ଟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିବା ପାଇଁ ବିନମ୍ର ନିବେଦନ ଜଣାଇଛନ୍ତି । ଏଠାରେ ନିବେଦନ ଯୋଗ୍ୟ ଏହି ଯେ ସକାଳ ୮ ଘଟିକାରୁ ରକ୍ତଦାନ ଶିବିର ଆରମ୍ଭ ହୋଇ ଦିବା ୧ ଘଟିକା ୩୦ ମିନିଟ୍ ଯାଏ ଚାଲିବ । ଏହାପରେ ସନ୍ଧ୍ୟା ୫ଟାରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ସମୟ ପ୍ରତି ଧ୍ୟାନ ଦେଇ ସହଯୋଗ କରିବା ଲାଗି ମ ପକ୍ଷରୁ ଅନୁରୋଧ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱନାଥ ରାଉତ, ପୁରୁଷୋତ୍ତମ ଆର୍ଯ୍ୟ, ଧର୍ମେନ୍ଦ୍ର ବିଶ୍ୱାଳ, ବିକାଶ ନାଏକ, ବରଜୁ ବାଗେ, ଯଦୁମଣି ବାବା ଓ ଅନ୍ୟ ୩୦ ଉର୍ଦ୍ଧ୍ୱରୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *