କାର୍ଯ୍ୟରେ ଯୋଗଦେଲେ ନୂଆ ଡାକ୍ତର, ଉତ୍ତମ ସେବା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ

Spread the love

ଭଦ୍ରକ : ଓଡ଼ିଶା ସରକାରଙ୍କ ଦ୍ୱାରା ନୂତନ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବା ଡାକ୍ତର ମାନଙ୍କ ମଧ୍ୟରୁ ୩୨ ଜଣଙ୍କୁ ଭଦ୍ରକ୍ ଜିଲ୍ଲାପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ପ୍ରାପ୍ତ ସୂଚନା ଅନୁଯାୟୀ ୩୨ ଜଣଙ୍କ ମଧ୍ୟରୁ ୩୧ ଜଣ କାର୍ଯ୍ୟରେ ଯୋଗ ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୮ ଜଣ ପି.ଜି. ଶିକ୍ଷା ପାଇଁ ଗଲେ। ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଯୋଗଦେଇ କାର୍ଯ୍ୟ କରିବା ପାଇଁଥିବା ୨୩ ଜଣ ଡାକ୍ତରଙ୍କ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗଦେଇ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ନୂତନ ପ୍ରେରଣା ନେଇ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ରଙ୍କ ସଂଯୋଜନାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାରେ ଉପସ୍ଥିତ ନବନିଯୁକ୍ତ ଡାକ୍ତରମାନଙ୍କୁ ସେବା କ୍ଷେତ୍ରରେ ଉତ୍ତମ ଗୁଣବତ୍ତା ପ୍ରଦର୍ଶନ ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ସମ୍ବନ୍ଧୀୟ କାର୍ଯ୍ୟଧାରା, ଡାକ୍ତର ମାନଙ୍କ ଦ୍ୱାରା ଉତ୍ତମ ସେବା ପ୍ରଦାନର ଆବଶ୍ୟକତା, ରୋଗୀମାନଙ୍କ ଉପରେ ଡାକ୍ତରମାନଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନର ସୁପ୍ରଭାବ ଆଦି ବିଷୟରେ ଜିଲ୍ଲାପାଳ ସେମାନଙ୍କ ସହିତ ବାର୍ତ୍ତାଳାପ ଜରିଆରେ ପ୍ରକାଶ କରି ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Leave a Reply

Your email address will not be published. Required fields are marked *