Bhadrak

ଚୋରୀ ଉଦ୍ୟମ ହେଲା ବିଫଳ

ଭଦ୍ରକ: ପୋଲିସ ପେଟ୍ରୋଲିଂ ଵେଳେ ଏଟିଏମ ଲୁଟ ଉଦ୍ୟମ ହେଲା ପଣ୍ଡ। ଗତକାଲି ରାତି ୩ ଘଟିକା ସମୟରେ ଧାମନଗର ବଜାର ସ୍ଥିତ, ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମରୁ କିଛି ଦୁର୍ବୁତ୍ତ ଗ୍ୟାସ କଟରରେ କାଟି ଟଙ୍କା ଚୋରୀ କରିବାକୁ ଚେଷ୍ଟା କରୁଥିବା ବେଳେ, ପେଟ୍ରୋଲିଂରୁ ଫେରୁଥିବା ଥାନାଧିକାରୀଙ୍କ ଦୃଷ୍ଟିରେ ପଡ଼ିଥିଲା। ପୋଲିସକୁ ଦେଖି ଦୁର୍ବୁତ୍ତ ମାନେ ସେଠାରୁ କୌଣସି ଉପାୟରେ ଫେରାର ହୋଇ ଯାଇଥିଲେ। ଦୀର୍ଘ ବାଟ ପର୍ଯ୍ୟନ୍ତ ପୋଲିସ ସେମାନଙ୍କ ପିଛା କରିଥିଲେ ହେଁ ରାତିର ସେମାନେ ଫେରାର ହେବାକୁ ସକ୍ଷମ ହୋଇ ଯାଇଥିଲେ। ଆଜି ଧାମନଗର ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ କରିବା ସହ ଵିଭିନ୍ନ ଥାନାକୁ ଖବର ଦେଇ  ଚେକିଂକୁ  ତ୍ୱାରିନତ କରାଯାଇଛି।

Related Articles

Leave a Reply

Your email address will not be published.

Back to top button