ଜନତା ସେବା କେନ୍ଦ୍ର ଚରମ୍ପାର ବାର୍ଷିକ ଉତ୍ସବ ଓ ସାଧାରଣ ଅଧିବେଶନ

Spread the love

ଭଦ୍ରକ : ଚରମ୍ପା ଡଗରାସାହି ସ୍ଥିତି ସେବା ଯତ୍ନ ସ୍ୱେଚ୍ଛାସେବୀ ସଂଗଠନ ଜନତା ସେବା କେନ୍ଦ୍ରର ବାର୍ଷିକ ଉତ୍ସବ ଓ ସାଧାରଣ ଅଧିବେଶନ ଚରମ୍ପା ୧୬ ନମ୍ବର ଜାତୀୟ ରାଜପଥ ଧାମରା ବ୍ରିଜ ନିକଟ ଅଗ୍ରୱାଲା ପ୍ୟାଲେସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ଜନତା ସେବା କେନ୍ଦ୍ରର ସଭାପତି ବିଶ୍ୱନାଥ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ଉପଦେଷ୍ଟା ନିରାକାର ଜେନା, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦକ ସୁରେନ୍ଦ୍ର ନାଥ ପଣ୍ଡା ବାର୍ଷିକ ବିବରଣୀ ଉପସ୍ଥାପନ କରି ସେବା କେନ୍ଦ୍ର ଜରିଆରେ ଦାବୀ ଉପସ୍ଥାପନ କରିଥିଲେ । ଦାବି ଗୁଡ଼ିକ ମଧ୍ୟରେ ଭଦ୍ରକ ରେଲୱେ ଷ୍ଟେସନ ଡଗରାସାହି ଠାରେ ଉଡ଼ନ୍ତା ପୋଲ ତୁରନ୍ତ କାର୍ଯ୍ୟକାରୀ କରାଯିବା, ଷ୍ଟେସନର ଦକ୍ଷିଣ ପାର୍ଶ୍ୱ ଉଡ଼ନ୍ତା ପୋଲ କାର୍ଯ୍ୟ ମନ୍ଥର ଗତିରେ ହେଉଛି, ଏହାର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ କରାଯିବା, ମାନନୀୟା ସାଂସଦ ଓ ବିଧାୟକ ଉକ୍ତ ଦୁଇ ଗୋଟି ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ରେଳ ବିଭାଗକୁ ପରାମର୍ଶ ଦେବାକୁ ଅନୁରୋଧ କରାଯାଇଥିଲା । ସେହିପରି ଜାତୀୟ ରାଜପଥରେ ଚରମ୍ପା ଠାରୁ ଡାହାଣୀଗଡିଆ ପର୍ଯ୍ୟନ୍ତ ପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କରିବାକୁ ପ୍ରସ୍ତା ବଦିଆଯାଇଥିଲା । ଏହି ଅବସରରେ ୧୯୪୪ମସିହାରେ ଶିକ୍ଷାର ପ୍ରସାର ପାଇଁ ରାମଚନ୍ଦ୍ର ବିହାରୀ ଲାଲ ବିଦ୍ୟାଳୟ ଚରମ୍ପା ଓ ପପସିଂ ବାଳିକା ବିଦ୍ୟାଳୟ ଭଦ୍ରକ ପ୍ରତିଷ୍ଠା କରିଥବାରୁ ସେମାନଙ୍କ ଦାୟାଦ ଧର୍ମସିଂ ଗୁପ୍ତା, ମଦନ ମୋହନ ଗୁପ୍ତା ଓ କେଦାରନାଥ ଗୁପ୍ତାଙ୍କୁ ମରଣୋତ୍ତର ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ୟୁପିଏସ୍ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଭଦ୍ରକ ବଙ୍କସାହିର ଝିଅ ସୁଶ୍ରୀ ଶୋଭାଙ୍ଗୀ ଖୁଣ୍ଟିଆଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଆର.ସି.ବି.ଏଲ. ବିଦ୍ୟାଳୟ ଓ ବାଳିକା ଉଚ୍ଚବିଦ୍ୟାଳୟ ଚରମ୍ପା, ହନୁମାନଜୀଉ ଉଚ୍ଚବିଦ୍ୟାଳୟ ବରାଳପୋଖରୀ, ଥୋରଦା ବିଦ୍ୟାଳୟ,ହେପି ହୋମ ସ୍କୁଲ ଚରମ୍ପା, ସରସ୍ୱତୀ ଶିଶୁମନ୍ଦିର ଭଦ୍ରକର ୨୦୨୩ମସିହା ମାଟ୍ରିକ ପରୀକ୍ଷାରେରେ ସର୍ବୋଚ୍ଚ ମାର୍କ ରଖିଥିବା ପିଲାଙ୍କୁ ଟଫି ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । କୁଳମଣି ବେହେରା,ବାବୁଲାଲ ଦାସ,ରମେଶ ଚନ୍ଦ୍ର ଦାସ,ରତ୍ନାକର ହାତୀ, ଶଶଧର ମହନୀ, ସୁବ୍ରତ ଦାସ, ସୁଶାନ୍ତ ଚୌଧୁରୀ, ରମେଶ ମହାନ୍ତି, ପ୍ରାନ୍ ଗୁପ୍ତା, ପ୍ରମୋଦ ଛତାର, ରମାକାନ୍ତ ବିନ୍ଧାଣି ସଭା କାର୍ଯ୍ୟ ପରିଚାଳନା କରିଥିଲେ । ନିମନ୍ତ୍ରିତ ଅତିଥି ଅଜୟ ନାୟକ, ଦିଲ୍ଲୀପ ନାୟକ,ରାଜକିଶୋର ମିଶ୍ର, ସାଧୁଚରଣ ଦାସ ଯୋଗ ଦେଇଥିଲେ । ସେବା କେନ୍ଦ୍ରର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ଓ ନୃତ୍ୟ ପରିବେଷଣ କରିଥିଲେ । ସେବାକେନ୍ଦ୍ରର କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ମହାପାତ୍ର ବାର୍ଷିକ ଅଧିବେଶନକୁ ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *