ଅସୁରା-ଖେମକା ଛକ ଠାରେ ଗଳାପୋଲ ପାଇଁ ପ୍ରଶାସନର ଦ୍ୱାରସ୍ଥ 

Spread the love

ଭଦ୍ରକ : ୧୬ନଂ ଜାତୀୟ ରାଜପଥର ଅସୁରା (ଖେମକା ଛକ) ଠାରେ ଗଳାପୋଲ ପାଇଁ ରାହାଞ୍ଜ-ଅସୁରା ଗ୍ରାମବାସୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ରାହାଞ୍ଜ ସରପ ରାଜେନ୍ଦ୍ର ଦାସଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ଆଜି ପ୍ରଦାନ କରିଛନ୍ତି । ଏମାନଙ୍କ ଅଭିଯୋଗ ହେଲା ୧୬ନଂ ଜାତୀୟ ରାଜପଥରେ ସଂପ୍ରସାରଣ କାମ ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ଏକ ଗଳା ପୋଲରୁ ବଞ୍ଚିତ ହୋଇଛନ୍ତି ସାନ ଅସୁରାର ଗ୍ରାମବାସୀମାନେ । ୧୬ନଂ ଜାତୀୟ ରାଜପଥକୁ ଲାଗିଥିବା ରାହାଞ୍ଜ ପଞ୍ଚ।ୟତର ଏହି ରାଜସ୍ୱ ଗ୍ରାମର ଅଧିକାଂଶ ଲୋକଙ୍କର ଚାଷଜମି ଜାତୀୟ ରାଜପଥର ପଶ୍ଚିମ ପାଶ୍ୱର୍ରେ ଅଛି । ଫଳରେ ଏହି ଅଞ୍ଚଳର ଚାଷୀଙ୍କର ସଡକ ଅପର ପାଶ୍ୱର୍ରେ ଥିବା ଚାଷଜମିକୁ ଯିବାପାଇଁ ହେଲେ ୧ କିଲୋମିଟର ବୁଲି ଯିବାକୁ ପଡୁଛି, ତାହାଛଡା ରାଣୀତାଲ ହାଇସ୍କୁଲ ଓ କିମ୍ବା ଅସୁରା ପ୍ରାଥମିକ ବିଦ୍ୟାଳୟକୁ ଯିବାକୁ ରାସ୍ତାରେ ଦୁଇ ପାଶ୍ୱର୍ରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବାଧକ ସାଜିଛି ଏହି ଜାତୀୟ ରାଜପଥ ।

୨୦୧୯ ମସିହାରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏହି ଗାଁରୁ ସର୍ବାଧିକ ୪ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା ଓ ୪ ଜଣ ଗୁରୁତର ଆହତ ହୋଇଥିଲେ । ଏହାବ୍ୟତୀତ ରାସ୍ତା ପାର ହେବାର ସୁବିଧା ନଥିବାରୁ ଅନେକ ସମୟରେ ଏଭଳି ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି । ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି କହିଛନ୍ତି ଯେ ଏହି ଅଭିଯୋଗ ସମ୍ପର୍କରେ ସରଜମିନ୍ ତଦନ୍ତ କରି ଗ୍ରାମବାସୀମାନଙ୍କ ଦୁର୍ଦ୍ଦଶା ଦୂର କରିବାକୁ ନିବେଦନ କରିଛନ୍ତି ।

ଆସନ୍ତା ୭ ଦିନ ମଧ୍ୟରେ ପ୍ରତିଶ୍ରୁତି ନପାଇଲେ ଜାତୀୟ ରାଜପଥର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ପାଇଁ ଆମେ ଶୃଙ୍ଖଳିତ ଭାବେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଦାମୋଦର ସାହୁ, ନିରଞ୍ଜନ ଦାସ, ପ୍ରଦ୍ୟୁମ୍ନ ଖୁଣ୍ଟିଆ, ନରେନ୍ଦ୍ର ସାହୁ, ଶାନ୍ତିଲତା ସାହୁ, ରୀତାରାଣୀ ସେଠୀ, ମମତା ସାହୁ, ସ୍ୱର୍ଣ୍ଣଲତା ବେହେରା, ରମାମଣି ସାହୁ, ରୀନାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *