ଭଦ୍ରକର ଆଖୁଆପଦା ଠାରେ ବିପଦ ସଂକେତ ଉପରେ ବୈତରଣୀ, ଭଣ୍ଡାରିପୋଖରୀରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ, ୭ ପଞ୍ଚାୟତ ପାଣିଘେରରେ

Spread the love

ଭଦ୍ରକ : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ଭଦ୍ରକର ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଆଜି ଦିନ ୧୨ ଟା ସୁଦ୍ଧା୧୯.୭୨ ମିଟର ଉଚ୍ଚତାରେ ଜଳ ପ୍ରବାହିତ ହେଉଛି ।

ଦିନ ୧୨ଟା ସୁଦ୍ଧା ଶାଳନ୍ଦୀ ନଦୀର ରାଜଘାଟ ଠାରେ ବିପଦ ସଂକେତ ୧୭ ଫୁଟ୍ ରହିଥିବା ବେଳେ ୧୬.୬୦ ଫୁଟ୍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଯାହାକୁ ନେଇ ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଭଣ୍ଡାରିପୋଖରୀର ୭ଟି ପଞ୍ଚାୟତ ପାଣିଘେରରେ ରହିଛି ।

Leave a Reply

Your email address will not be published. Required fields are marked *