ସାପ କାମୁଡାରେ ଶିଶୁ ମୃତ

Spread the love

ଭଦ୍ରକ : ଭଣ୍ଡାରିପୋଖରୀ ଗୋଷ୍ଠୀ କେନ୍ଦ୍ରରେ ବୁଧବାର ଜଣେ ଚିକିତ୍ସାଧିନ ସାପକାମୁଡା ଶିଶୁର ମୃତ୍ୟୁ ହୋଇଛି । ବନ୍ତ ଥାନା ଅନ୍ତର୍ଗତ ତୋଡଙ୍ଗା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଶିଶୁ ପୁତ୍ର ସ୍ୱାଧିନ(୧୨) ମଙ୍ଗଳବାର ରାତ୍ରରେ ଶୋଇଥିବା ବେଳେ ରାତ୍ର ପ୍ରାୟ ୪.୩୦ମି. ସମୟରେ ବିଷଧର ସାପ କାମୁଡି ଦେଇଥିଲା । ପରିବାର ଲୋକେ ଶିଶୁକୁ ଭଣ୍ଡାରିପୋଖରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ଶିଶୁ ମୃତ୍ୟୁ ଘୋଷଣା କରିଥିଲେ । ମେଡିକାଲ ପକ୍ଷରୁ ଭଣ୍ଡାରିପୋଖରୀ ଥାନାକୁ ଅବଗତ କରାଯାଇଥିଲା । ସୂଚନା ପାଇ କେନ୍ଦୁଆପଡା ଫାଣ୍ଡିରେ ୫୭/୨୩ନଂ ଅପମୃତ୍ୟୁ ମାମଲା ଋଜୁ କରାଯାଇ ଶବ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ କରାଯାଇଥିଲା । ବୁଧବାର ଅପରାହ୍ନରେ ଗ୍ରାମ ଶ୍କଶାନରେ ଶବ ସଂସ୍କାର କରାଯାଇଛି ।

Leave a Reply

Your email address will not be published. Required fields are marked *