ରେଳ ଦୁର୍ଘଟଣା ଆହତଙ୍କ ପାଇଁ ୧୦ ୟୁନିଟ ରକ୍ତଦାନ କଲେ ବାରିକପୁର ଡିଗ୍ରୀ ଏନଏସଏସ

Spread the love

ଭଦ୍ରକ : ଭଦ୍ରକ ସଦର ମହକୁମା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବାହାନଗା ରେଳ ଦୁର୍ଘଟଣାର ଆହତମାନଙ୍କ ରକ୍ତ ଆବଶ୍ୟକତା ପୂରଣ ପାଇଁ ବାରିକପୁର ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ସ୍ୱେଚ୍ଛାସେବୀମାନେ ୧୦ ୟୁନିଟ ରକ୍ତଦାନ କରିଛନ୍ତି। କଲେଜର ଏନ.ଏସ.ଏସ. ଅଧିକାରିଣୀ ରିତାଞ୍ଜଳୀ ପାରମାଣିକଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀମାନେ ଶନିବାର ରକ୍ତଦାନ କରିବା ସହ ଆହତମାନଙ୍କୁ ଗ୍ଲୁକୋଜ, ପାଣିବୋତଲ, ବିସ୍କୁଟ ଯୋଗାଇଥିଲେ।

Leave a Reply

Your email address will not be published. Required fields are marked *