ଶିଶୁ ପାଇଁ ଦିନଟିଏ -ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଘୋଷଣା ଉପରେ ଫୋକସ୍‌, ବାଲ୍ୟ ବିବାହ ରୋକିବା ନେଇ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ

Spread the love

ଭଦ୍ରକ : ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆବାହକତ୍ୱରେ ଭଦ୍ରକ ଜିଲ୍ଲା ସ୍ତରୀୟ ‘ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ବୁଧବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏ.ଏସ୍‌.ପି. ବିଜୟ ରଞ୍ଜନ କେରକେଟା, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶିଶୁ ସୁରକ୍ଷା ନେଇ ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା, ଶିଶୁ ଚାଲାଣ, ବାଲ୍ୟବିବାହ, ବେଟି ବଚାଓ ବେଟି ପଢ଼ାଓ ଆଦି କ୍ଷେତ୍ରରେ ଭଦ୍ରକ ଜିଲ୍ଲାପାଇଁ ସଂପୃକ୍ତ ବିଭାଗ, ଅନୁଷ୍ଠାନ ମାନଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ବାଲ୍ୟବିବାହ ନିଷେଧ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅସିମ ଅମିତାଭ ଦାସ ୨୦୨୨ରେ ୪୪ଟି ଓ ୨୦୨୩ରେ ଅଦ୍ୟାବଧି ୧୪ ଟି ବାଲ୍ୟବିବାହ ଘଟଣାକୁ ରୋକାଯାଇ ପାରିଥିବା ନେଇ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାର ସମୁଦାୟ ୨୧୮ ପ ।ୟତ ମଧ୍ୟରୁ ୧୯୩ ପଞ୍ଚାୟତରେ ଶିଶୁ ସୁରକ୍ଷା କମିଟି ଗଠିତ ହୋଇ ସାରିଥିବା ନେଇ ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ ସମୟରେ ଜିଲ୍ଲା, ବ୍ଲକ୍ ଓ ଗ୍ରାମପ ।ୟତ ସ୍ତରରେ ଶିଶୁ ସୁରକ୍ଷା ନେଇ ଆୟୋଜିତ ହୋଇଥିବା ସଚେତନତା ମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଭାଘର କାର୍ଯ୍ୟ ସମ୍ପନ୍ନ ହେଉଥିବା ଜିଲ୍ଲାର ମନ୍ଦିର ମାନଙ୍କରୁ ୧୨/୧୩ ଟିରେ ବାଲ୍ୟ ବିବାହ ମୁକ୍ତ ମନ୍ଦିର ବୋଲି ମନ୍ଦିର କ ର୍ୃପକ୍ଷଙ୍କ ଦ୍ୱାରା ସ୍ୱତଃପ୍ରବୃ ଭାବେ ଲେଖାଯାଇଛି ଏବଂ ବାକିଥିବା ମନ୍ଦିର ମାନଙ୍କରେ ବିଭାଗ ତରଫରୁ ଲେଖିବା ପାଇଁ ପ୍ରସ୍ତାବ ଦିଆଗଲା । ବାଲ୍ୟ ବିବାହ ରୋକିବା ଦିଗରେ ଆଇ.ସି.ଡ଼ି.ଏସ୍‌. ବିଭାଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି ପ୍ରକାଶ କରିବା ସହିତ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟିର ଧରପଗଡ଼ କାର୍ଯ୍ୟକ୍ରମକୁ ସକ୍ରିୟ କରାଯିବା ସହ ବ୍ଲକ ସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ପଞ୍ଚାୟତ ସ୍ତରରେ ସରପ ମାନଙ୍କୁ ବାଲ୍ୟବିବାହ ମୁକ୍ତ ପ ।ୟତ ଘୋଷଣା ନେଇ ସଚେତେନ କରାଯିବାକୁ ମଧ୍ୟ ପରାମର୍ଶ ପ୍ରଦାନ କରିଥିଲେ । ଡ଼୍ରପ୍ ଆଉଟ୍ ପିଲାଙ୍କ ପାଖରେ ପହଞ୍ଚି ପାରିଲେ ବାଲ୍ୟ ବିବାହ ରୋକିବା ସହଜ ହୋଇପାରିବ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ । ଜିଲ୍ଲା ଶ୍ରମ ବିଭାଗ ଦ୍ୱାରା ଶିଶୁ ଶ୍ରମିକ ମାନଙ୍କୁ ଚିହ୍ନଟ କରାଯାଇ ଉଦ୍ଧାର କରାଯିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ପୋଲିସ୍ ବିଭାଗ ସହ ଅନ୍ୟ ସଂପୃକ୍ତ ସମସ୍ତ ବିଭାଗୀୟ ସମନ୍ୱୟତା ଓ ସହଯୋଗରେ ଶିଶୁ ସୁରକ୍ଷା ଏବଂ ବାଲ୍ୟ ବିବାହ ମୁକ୍ତ ଭଦ୍ରକ ଜିଲ୍ଲା ସମ୍ଭବ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ଚାଇଲଡ଼୍ ଲାଇନ୍‌ର ନିର୍ଦ୍ଦେଶକ ସେକ୍ ସୋଫିଆ, ମହିଳା ସୁରକ୍ଷା ଅଧିକାରୀ ଚନ୍ଦ୍ରା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ପ୍ରମୁଖ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

Leave a Reply

Your email address will not be published. Required fields are marked *