କୋଇଲା ଗାଡି ଜବତ, ମାମଲା ଋଜୁ 

Spread the love

ଭଦ୍ରକ : ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ନିକଟରୁ ଏକ ବେଆଇନ କୋଇଲା ବୋଝେଇ ଟ୍ରକକୁ ଭଣ୍ଡାରିପୋଖରୀ ପୁଲିସ ଗତ ସୋମବାର ରାତ୍ରରେ ଜବତ କରିଥିବା ଜଣାଯାଇଛି । ଓଡି ୨୨ ୟୁ ୭୪୧୫ନଂ ଆଇଚର ଟ୍ରକରେ ଭଦ୍ରକ ରାହାଞ୍ଜରୁ ବେଆଇନ କୋଇଲା ବୋଝେଇ କରି କଟକ ଆଡକୁ ଯାଉଥିବା ବେଳେ ପୁଲିସ ସୂଚନା ପାଇ ଜବତ କରିଛି । ଏଥିନେଇ ଥାନାରେ ୧୬୦ନଂ ମାମଲା ଋଜୁ ହୋଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *