ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପ୍ରସଙ୍ଗ, ୩ୟ ସାକ୍ଷୀ ସହେଯାଗୀ ଦୀପକର ବୟାନ ରେକର୍ଡ କଲା କୋର୍ଟ

Spread the love

ଭଦ୍ରକ : ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ହତ୍ୟାକାଣ୍ଡରେ ମାନସର ସହେଯାଗୀ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଜାମୁକୋଳି ଗ୍ରାମର ଦୀପକ କୁମାର ସାହୁ ସାକ୍ଷୀ ଭଦ୍ରକ ଜିଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ରେକର୍ଡିଂ ହୋଇଛି । ଦୀପକ ଜଣେ କଳାକାର ଓ ଶର୍ମିଷ୍ଠାର ଅନେକ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଛି । ୨୦୨୨ ମସିହାରେ ସେ ପୁରୀ ବେଳାଭୂମିରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ସୁଟିଂ ସମୟରେ ଉପସ୍ଥିତ ଥିଲା । ସେ ଫିଲ୍ମରେ ନିରଂଜନ ସେଠୀ ନାୟକ ଓ ଶର୍ମିଷ୍ଠା ନାୟିକା ଭୂମିକା ତୁଲାଇଥିଲେ । ମାନସ ସ୍ୱାଇଁ ସେହି ଫିଲ୍ମରେ କ୍ୟାମେରାମେନ୍ ଥିଲା । ସୁଟିଂ ପରେ ଶର୍ମିଷ୍ଠା ଅନେକଥର ମାନସକୁ କ୍ୟାମେରାରେ କଏଦ ଥିବା ସିନ୍କୁ ତାକୁ ଫେରାଇବା ପାଇଁ ତାଗିଦ କରିଥିଲେ ମଧ୍ୟ ମାନସ ତାହା ଦେଇନଥିଲା । ଗତ ୨୦୨୨ ଫେବୃୟାରୀ ୬ ତାରିଖରେ ମାନସ ଦୀପକକୁ ଚାନ୍ଦବାଲି ଥାନା ପଳାସପୁରରେ ଏକ ବାହାଘର ସୁଟିଂ କଲ୍ ଥିବାର କହି ଡକାଇବା ପରେ ଦୀପକ ଭୁବନେଶ୍ୱରରୁ ବସ୍ ଯୋଗେ ପଳାସପୁରରେ ପହଞ୍ôଚଥିଲା । ପରେ ସ୍ଥାନୀୟ ବାପି ନାମକ ଯୁବକ ତାଙ୍କୁ ନିଜ ସ୍କୁଟିରେ ବସ୍ଷ୍ଟାଣ୍ଡରୁ ଆଣି ସ୍ଥାନୀୟ ବିଜେପି ଅଫିସରେ ମାନସ ସହିତ ରାତ୍ରି ଯାପନ କରିଥିଲା । ପରଦିନ ସୁଟିଂ ସାରି ସେହି ସ୍କୁଟିରେ ଫେରୁଥିବାବେଳେ ପଳାସପୁର ମନ୍ଦିର ଛକରେ ଜଣେ ଯୁବକ ତାଙ୍କ ସ୍କୁଟିକୁ ଅଟକାଇଥିଲା । ନିକଟରେ ଛିଡା ହୋଇଥିବା ଓଡି-୦୨ଏବି-୬୫୯୯ କାର୍ରେ ଶର୍ମିଷ୍ଠା ଓ ରାଜ୍ ଓହ୍ଲାଇ ମାନସକୁ କ୍ୟାମେରା ଚିଫ୍ ମାଗିଥିଲେ । ସେ ମନା କରିବାରୁ ତା ଗାଲକୁ ଦୁଇ ଚାପୁଡା ମାରି କାର୍ରେ ଘୋଷାରି ବସାଇବା ପରେ ତାକୁ ସେଠାରୁ ନେଇଆସିଥିଲେ । ବାପି ପାଖରୁ ୫ ଶହ ଟଙ୍କା ଆଣି ସେ ବସ୍ରେ ଭୁବନେଶ୍ୱର ଫେରିଆସିଥିଲା । ତା ପରଦିନ ଶର୍ମିଷ୍ଠା ଅଫିସ୍କୁ ତା ବାପାଙ୍କ ସହ ଯାଇଥିଲା । ଶର୍ମିଷ୍ଠା ତାକୁ ତାଗିଦ କରିବା ସହ ତା ବାପାଙ୍କୁ ସତର୍କ କରାଇ ଏକ ଅଣ୍ଡରଟେକିଂ ଲେଖାଇବା ପରେ ଛାଡିଦେଇଥିଲା । ପରେ ଶୁଣିବାକୁ ପାଇଥିଲେ ମାନସ ସ୍ୱାଇଁକୁ ହତ୍ୟା କରାଯାଇଛି । ତେବେ ଆଜି ଗ୍ରୀଷ୍ମ ଅବକାଶ ପରେ କୋର୍ଟ ଖୋଲିଥିଲା ଓ ସମସ୍ତ ଅଭିଯୁକ୍ତମାନଙ୍କ ଉପସ୍ଥିତିରେ କୋର୍ଟରେ ଦୀପକ ସାହୁ ତାଙ୍କ ବୟାନ ଦେଇଥିଲେ ବୋଲି ଅଭିଯୁକ୍ତ କୃଷ୍ଣଚନ୍ଦ୍ରର ଓକିଲ ଶକ୍ତିକାନ୍ତ ପାଢୀ ପ୍ରକାଶ କରିଛନ୍ତି । ଦୀପକକୁ ଅଭିଯୁକ୍ତମାନଙ୍କ ଓକିଲମାନେ ଅନେକ ସମୟ ଜେରା କରିଥିଲେ ମଧ୍ୟ କ୍ରାଇମବ୍ରାଂଚକୁ ଦେଇଥିବା ତାର ବୟାନ ଓ କୋର୍ଟରେ ôରଖଥିବା ବୟାନ ମଧ୍ୟରେ କିଛି ତଫାତ୍ ନଥିବାରୁ ତା ପାଖରୁ ଅଭିଯୁକ୍ତମାନଙ୍କ ସପକ୍ଷରେ ଠୋସ୍ ପ୍ରମାଣ ଆଣିବାରେ ସକ୍ଷମ ହୋଇନଥିଲେ । କ୍ରାଇମବ୍ରାଂଚ ପକ୍ଷରୁ ସରକାରୀ ପିପି ପ୍ରଦୀପ୍ତ କୁମାର ସାମଲ ମାମଲା ପରିଚାଳନା କରୁଥିବାବେଳେ ଅଭିଯୁକ୍ତମାନଙ୍କ ପକ୍ଷରୁ ଭଦ୍ରକର ବରିଷ୍ଠ ଅଧିବକ୍ତା ଶରତ ଚନ୍ଦ୍ର ମହାପାତ୍ର, ବସନ୍ତ ଦାସ, ଶକ୍ତିକାନ୍ତ ପାଢୀ, ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ନିରାକାର ଜେନା ପ୍ରମୁଖ ମାମଲା ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *