ମହିଳାଙ୍କୁ ଟାଣି ନେଲା କୁମ୍ଭୀର

Spread the love

ପଟ୍ଟାମୁଣ୍ଡାଇ : ରାଜନଗର ବ୍ଲକ ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁ ଭିତରୁ ମହିଳା ଙ୍କୁ ଟାଣି ନେଲା କୁମ୍ଭୀର। ମହିଳା ଜଣଙ୍କ ନିଜ ପୋଖରୀରେ ବାସନ ମାଜୁଥିବା ବେଳେ କୁମ୍ଭୀର ମହିଳାଙ୍କୁ ଟାଣି ନେଇଛି । କୁମ୍ଭୀର ପୋଖରୀ ମଧ୍ୟରୁ ମହିଳାଙ୍କୁ ଟାଣି ନେଇ ନିକଟରେ ଥିବା ଚରଡ଼ିଆ ନାଳ ମଧ୍ୟରେ ଥିବା ଦଳ ମଧ୍ୟରେ ବୁଡାଇ ଦେଇଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ୍ୟ ମହିଳା ଜଣଙ୍କର ଏଯାଏ ପତା ମିଳିନାହିଁ  ।

ଗତ 14 ତାରିଖ ଦିନ ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁ ରୁ ଜଣେ ନାବାଳକ କୁ କୁମ୍ଭୀର ଟାଣିନେଇ ମାରିଦେଇଥିଲା ରାଜନଗର ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଏପରି କୁମ୍ଭୀର ଆକ୍ରମଣ ବାରମ୍ବାର ଦେଖିବାକୁ ମିଳୁଛି । ଏନେଇ ପ୍ରଶାସନ କୁ ଦୋଷ ଦେଉଛନ୍ତି ସାଧାରଣ ଲୋକେ

Leave a Reply

Your email address will not be published. Required fields are marked *