ଭଦ୍ରକ : ଆଜି ସିପିଆଇଏମ୍ ଭଦ୍ରକ ଜିଲା କମିଟିର ବୈଠକ ବରିଷ୍ଠ କମ୍ୟୁନିଷ୍ଟ ନେତା ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୟରେ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ନେତା ଜନାର୍ଦ୍ଦନ ପତି, ରାଜ୍ୟ ସଂପାଦକ ଆଲିକିଶୋର ପଟ୍ଟନାୟକ, ସନ୍ତୋଷ ଦାସ, ସୁରେଶ ପାଣିଗ୍ରାହୀ, ନିର୍ମଳ ନାୟକ, ଦିବ୍ୟସିଂହ ନାୟକ, ପ୍ରଫୁଲ୍ଲ ପାଢୀ, ପ୍ରଭାସ ମହାପାତ୍ର, ସୁରଜିତା ନାୟକ, ରାଧା ଦାସ, ବିକାଶ ନାଥ, ମଳୟ ଭୋଇ, ବିଷ୍ଣୁ ଦାଶ ଯୋଗ ଦେଇ ବ ର୍ମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ଯଥା ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକ ଆଦାନୀ, ଅମ୍ବାନୀ ଓ କର୍ପୋରେଟ୍ କଂପାନୀକୁ ବିକ୍ରି ହେଉଛି । ଦରଦାମ ବୃଦ୍ଧି ପାଇଛି, ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଚାଷୀ ମୂଲିଆ ଓ ଶ୍ରମିକ ବିରୋଧୀ ଶ୍ରମ ଆଇନ୍ ପ୍ରତ୍ୟାହାର କରିବା ପାଇଁ ଓ ଦେଶର ସମ୍ବିଧାନ ଓ ସଂସଦକୁ ରକ୍ଷା କରିବା ପାଇଁ ତଥା ଦେଶର ଏକତାକୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ବିଶେଷକରି ଦରିଦ୍ର ଜନତାର ସାର୍ବଭୌମତ୍ୱ ଅପହରଣ ପଛରେ ଶାସକ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି । ବିଧାୟକ, ସାଂସଦମାନଙ୍କର ଦରମା ବଢାଇବା ପାଇଁ ଆଇନ୍ ତିଆରି ହେବାବେଳେ ଗରିବ ଲୋକଙ୍କର ମଜୁରୀ ବୃଦ୍ଧି ହୁଏନାହିଁ । ଏହି ସଭାରେ ଆସନ୍ତା ୨୮ ତାରିଖ ମହିଳା କୁିସ୍ତି ଯୋଦ୍ଧାମାନଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଅନୁଷ୍ଠିତ ହେବ । ବରିଷ୍ଠ କମ୍ୟୁନିଷ୍ଟ ନେତା ଶିବାଜୀ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ସେଥିରେ ବହୁ ସଂଖ୍ୟାରେ ଯୋଗଦେବାକୁ ନିବେଦନ କରିଥିଲେ ଶ୍ରମିକ ନେତା ଦିବ୍ୟସିଂହ ନାୟକ । ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now