ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ, ନଦୀ ପାଶ୍ୱର୍ରେ ତାରବାଡ଼ ଘେରାଇବାକୁ ବନବିଭାଗ ନିକଟରେ ଦାବି

Spread the love

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପ ।ୟତ ଈଶ୍ୱରପୁର ଗ୍ରାମ ଦେଇ ପ୍ରବାହିତ ଗେଙ୍ଗୁଟି ନଦୀରେ ଅଧିକାଂଶ ସମୟରେ କୁମ୍ଭୀର ଭାସୁଥିବାରୁ ନଦୀକୂଳିଆ ଗ୍ରାମର ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ବନବିଭାଗ ଏ ନେଇ ଲୋକମାନଙ୍କୁ ସଚେତନ କରାଇବା ସହିତ ନଦୀ ପାଶ୍ୱର୍ରେ ତାରବାଡ଼ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ପ୍ରକାଶ ଯେ, ଶ୍ୟାମସୁନ୍ଦରପୁର ପ ।ୟତର ଈଶ୍ୱରପୁର, ସାପକାତିଆ, ଶ୍ୟାମସୁନ୍ଦରପୁର ଇତ୍ୟାଦି ୫ଟି ଗ୍ରାମର ଲୋକ ନଦୀରେ ମାଛ ଧରି ଜୀବିକା ନିର୍ବାହ କରିଥାନ୍ତି । ନଦୀରେ କୁମ୍ଭୀର ଭାସୁଥିବା ଦେଖି ଲୋକମାନେ ନଦୀକୁ ଯାଇ ପାରୁନାହାନ୍ତି । କିଛିଦିନ ପୂର୍ବରୁ ଗେଙ୍ଗୁଟି ନଦୀରେ କୁମ୍ଭୀର କାଁପଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କର କୁମ୍ଭୀର ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ଗାଇଗୋରୁ ମଧ୍ୟ କୁମ୍ଭୀର ଆକ୍ରମଣ ଶିକାର ହେଉଛନ୍ତି । ଏଥିପାଇଁ ଭୟଭୀତ ହୋଇ ଲୋକମାନେ ନଦୀକୁ ଯାଇ ପାରୁନଥିବାରୁ ଜୀବିକା ନିର୍ବାହରେ ବାଧା ସୃଷ୍ଟି ହେଉଛି । ନଦୀ ପାଶ୍ୱର୍ବ ର୍ୀ ଗ୍ରାମର ଲୋକମାନଙ୍କୁ ଏଥିପାଇଁ ସଚେତନ କରାଇବା ସହିତ ବନ ବିଭାଗ ପକ୍ଷରୁ ନଦୀ ପାଶ୍ୱର୍ରେ ତାରବାଡ଼ ବ୍ୟବସ୍ଥା କରିବାକୁ ସରପ ପବିତ୍ରମୋହନ ମଳିକ, ପୂର୍ବତନ ସମିତିସଭ୍ୟ ଯଶୋବନ୍ତ ମଳିକ, ସୁଧୀର ମଳିକ, ଦିଲୀପ ମଳିକ, ତରୁଣ କୁମାର ମଳିକ, ଆଶିଷ ମଳିକ, ନରେନ୍ଦ୍ର କୁମାର ମଳିକ, ବିକାଶ ମଳିକ, ଦୟାନିଧି ମଳିକଙ୍କ ସମେତ ବହୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *