ପାଳଦାବାଙ୍କ ରାସ୍ତାର ଦୂରାବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Spread the love

ଭଦ୍ରକ : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଭଣ୍ଡାରିପୋଖରୀ-ମଣିନାଥପୁର ରାସ୍ତାର ଆରମ୍ଭ ପାଳଦାବାଙ୍କ ଠାରେ ଦୁରାବସ୍ଥା ପ୍ରତିକାର ପାଇଁ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ବରେ ତାରେଣୀସେନ ଜେନା ପ୍ରମୁଖ ବ୍ୟକ୍ତିମାନେ ଜିଲ୍ଲାପାଳଙ୍କୁ ଏଥିନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜପଥ କର୍ତ୍ତୃପକ୍ଷ ସମ୍ପୃକ୍ତ ସ୍ଥାନରେ ରାସ୍ତାକୁ ରାଜପଥ ଅଣ୍ଡରପାସ ରୋଡ ସହ ସଂଯୋଗ କରିବା ଲକ୍ଷ୍ୟରେ ଭାଙ୍ଗିଦେଇ ପଳାଇ ଯାଇଥିଲେ। ମାତ୍ର ରାସ୍ତା ନିର୍ମାଣ ହୋଇନଥିଲା। ଗତ ୪ ମାସ ଧରି ଲୋକେ ଅପେକ୍ଷା କରିବା ପରେ ଧୈର୍ଯ୍ୟଚ୍ୟୁତ ହୋଇଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରନ୍ତୁ ବୋଲି ଦାବି କରାଯାଇଛି। ବିଭିନ୍ନ ସ୍ଥାନୀୟ ଲୋକେ ବିପଦସଙ୍କୁଳ ଭାବେ ରାସ୍ତା ଅତିକ୍ରମ କରିବକୁ ବାଧ୍ଯ ହେଉଛନ୍ତି । ପୁନଶ୍ଚ ୨୧ କୋଟି ବ୍ୟକ୍ତି ଖର୍ଚ୍ଚ ସରିବା ପରେ ରାସ୍ତାର ନିର୍ମାଣ କାର୍ଯ୍ୟ ସରୁ ନାହିଁ। ବିପର୍ଯ୍ୟସ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଯାତାୟତରେ ବାଧା ଉପୁଜାଇଛି । ଜିଲ୍ଲାପାଳ ରାସ୍ତା ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *