ବିଦ୍ୟୁତ ସଂସ୍ପର୍ଶରେ ଆସି ଶିଶୁ ମୃତ

Spread the love

ଭଦ୍ରକ: ବିଦ୍ୟୁତ ଆଘତ ଲାଗି ଶିଶୁର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ମୁଲା ସାହିରେ । ଜଣେ ତିନି ବର୍ଷର ଶିଶୁ ଖେଳୁଥିବା ଅବସ୍ଥାରେ  ହଠାତ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ, ଯେଉଁଠାରେ କରେଣ୍ଟ ଲାଗି ହୋଇଛି ଶିଶୁର ମୃତ୍ୟୁ ।

ଘଟଣାଟି ଘଟିଛି  ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ମୁଲା ସାହି 8 ନମ୍ୱର ୱାର୍ଡରେ । ଏସ କେ ଜୁମା ନାମକ ଜଣେ 3 ବର୍ଷର ବାଳକ ହଠାତ ବିଦ୍ୟୁତ ଖୁଣ୍ଟି ପାଖରେ ଥିବା ଆର୍ଥିଙ୍ଗ ତାରକୁ ଧରି ଦେଇଥିଲେ ।  ସେଠାରେ ବିଦ୍ୟୁତ ଆଘାତ ପାଇ ତେଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଶିଶୁଟିକୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ ଏବଂ ସେଠାରେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ଶିଶୁକୁ ସଙ୍ଗେ ସଙ୍ଗେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋାକର ଛାୟା ଖେଳିଯାଇଛି । ବିଦ୍ୟୁତ ବିଭାଗର ଅଣଦେଖା ଯୋଗୁ ଏପରି ଘଟଣା ଘଟିଥିବା କଥା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *