ସ୍ୱାସ୍ଥ୍ୟକେନ୍ଦ୍ରରେ ଆଖିଧରା ଔଷଧ ମିଳୁନି,ରୋଗୀ ହତାସ

Spread the love

ଭଦ୍ରକ : ଆଖିଧରା ସଂକ୍ରମଣ କ୍ରମଶ ବ୍ୟାପକ ହେଉଥିବା ବେଳେ ଲୋକ ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏବେ ଏହି ବ୍ଲକର ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କେନ୍ଦୁଆପଦା,ବନ୍ତ,ଅଢାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ରୋଗୀଙ୍କର ଲମ୍ବା ଧାଡି ଲାଗୁଥିବାର ଦେଖିବାକୁ ମିଳୁଛି,ତେବେ ଏହି ଔଷଧ ମିଳୁ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ରୋଗୀ । ଏହି ବ୍ଲକରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ କିଛି ଦିନ ହେବ ଡ୍ରପ୍ କିମ୍ବା ଆପ୍ଲିକେପ୍ ମିଳୁ ନାହିଁ । ବିଶେଷ କରି ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଔଷଧ ମିଳୁ ନଥିବାରୁ ପୂର୍ବତନ ସମିତି ସଭ୍ୟ ବାବୁରାମ ମଲ୍ଲିକ ଓ ସାମାଜିକ କର୍ମୀ ଅଶୋକ କୁମାର ପରିଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ ଆପ୍ଲିକେପ୍ ମହଜୁଦ୍ ଥିବା ଏବଂ ଡ୍ରପ୍ ଦୁଇ ଦିନ ମଧ୍ୟରେ ସମସ୍ତ ଡାକ୍ତରଖାନାକୁ ଯୋଗାଇ ଦିଆଯିବ ବୋଲି କହିଥିଲେ । ପ୍ରକାଶଥାଉକି,ଏହି ବ୍ଲକର ଏକମାତ୍ର ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦ଦିନ ମଧ୍ୟରେ ୨୪ଶହ ଆଖିଧରା ଔଷଧ ଏବଂ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୫ଶହରୁ ଉର୍ଦ୍ଧ ରୋଗୀଙ୍କୁ ଦିଆଯାଇଥିବା ଜଣାଯାଇଛି । ତେବେ ଉପରୋକ୍ତ ସମସ୍ୟାକୁ ହୃଦୟଙ୍ଗମ କରି ତୁରନ୍ତ ଔଷଧ ଯୋଗାଇ ଦେବାକୁ ଦାବୀ ହୋଇଛି ।

Leave a Reply

Your email address will not be published. Required fields are marked *