ବସ୍ ଷ୍ଟାଣ୍ଡ୍ ନିକଟରୁ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

ଭଦ୍ରକ : ଭଦ୍ରକ ବସ୍ ଷ୍ଟାଣ୍ଡ୍ ନିକଟ ମାର୍କେଟ କମ୍ପେ୍ଲକ୍ସ ଦୋକାନ ସଟର ଷ୍ଟାଣ୍ଡରେ ଝୁଲୁଥିବା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର ହୋଇଛି । ବନ୍ତଛକର ବାଲେଶ୍ୱର ବସ୍ ଷ୍ଟାଣ୍ଡ୍ ନିକଟରେ ଏମିତି ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏହିଛକ ରାତି ସାରା ଚଳଚଞ୍ଚଳ ରହୁଥିବାବେଳେ ଦୂରରୁ ଆସୁଥିବା ନାଇଟ୍ କୋଚ୍ ବସ୍ ଗୁଡିକ ମଧ୍ୟ ରହିଥାଏ । ସହରର ପ୍ରବେଶ ପଥ ହୋଇଥିବାରୁ ପୁଲିସ୍ ମଧ୍ୟ ମୁତୟନ ରୁହନ୍ତି । ତେବେ ସକାଳୁ ଲୋକେ ପୁଲିସ୍ କୁ ଖବର ଦେଇଛନ୍ତି । ସହରର ଜନଗହଳି ସ୍ଥାନରେ ଏମିତି ଘଟଣା ଘଟିଥିବାରୁ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ମଧ୍ୟ ଆଲୋଚନା ହେଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଦିବାକର ଦାସଙ୍କ ପୁତ୍ର ଅନନ୍ତ ପ୍ରସାଦ (୪୪) । ତେବେ ପୁଲିସ୍ ଶବକୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମେଡିକାଲ ପଠାଇଦେଇଛି । ଏବଂ ଏକ ମାମଲା ରୁଜୁ କରି ସ୍ଥାନୀୟ ତଦନ୍ତ ଆରମ୍ଭ କରିଥିବାବେଳେ ସ୍ଥାନୀୟ ଅଞ୍ଚଳରର ସିସିଟିଭି ଯାଞ୍ଚ କରିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *