ସାମ୍ବାଦିକ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲେ ସାମ୍ବାଦିକ 

Spread the love

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ପୁଲିସ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଇତି ମଧ୍ୟରେ ଆକ୍ରମଣକୁ ୭ ଦିନ ବିତିଯାଇଛି । ଶ୍ରୀ ମହାପାତ୍ରଙ୍କ ଆକ୍ରମଣ ଅଭିଯୋଗ ଆଧାରରେ ପୁଲିସ ୧୫୭/୨୩ନଂ ଦୁର୍ବଳ ମାମଲା ଋଜୁ କରିଛି । ଅନ୍ୟପକ୍ଷରେ ଆକ୍ରମଣକାରୀଙ୍କ ଅଭିଯୋଗ ଆଧାରରେ ୧୫୮/୨୩ନଂ ଅଧିକ ସବଳ ମାମଲା ଋଜୁ କରିଛି ବୋଲି ପୁଲିସ ଅଧିକ୍ଷକ ବରୁଣ ଗୁ ପାଲ୍ଲୀଙ୍କୁ ସାମ୍ବାଦିକମାନେ ଅବଗତ କରାଇଛନ୍ତି । ଏଥିନେଇ ଉପଯୁକ୍ତ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକ୍ଷକ ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଉ ରବାଡ ଗ୍ରାମରେ ଖୋଳାଯାଉଥିବା ଅମୃତ ସରୋବର ପୋଖରୀର ଫଟୋ ଉେ ।ଳନ କରି ଭଣ୍ଡାରିପୋଖରୀ ବଜାରକୁ ଆସିଥିବା ବେଳେ ଶ୍ରୀ ମହାପାତ୍ରଙ୍କୁ ଅଭିଯୁକ୍ତ ଦୁର୍ଯ୍ୟୋଧନ ଜେନା ସର୍ବସମ୍ମୁଖରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଥାନାଧିକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇ ନୀରବତା ଅବଲମ୍ବନ କରିବାରୁ ଏସ.ପି.ଙ୍କ ନିକଟରେ ସାମ୍ବାଦିକମାନେ ଫେରାଦ ହୋଇଛନ୍ତି । 

Leave a Reply

Your email address will not be published. Required fields are marked *