ମ୍ୟାଟ୍ରିକ ଫଳ, ବ୍ଲକରେ ପାସହାର ୯୮%, ୨୧ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ପାସ, ୧୭ ହାଇସ୍କୁଲରେ  ଫଳ ଶତପ୍ରତିଶଦ, ୫୭୫ ମାର୍କ ହାସଲ କରି ଶୁଭସ୍ମୀତା ରାଉତ ବ୍ଲକ ଟପ୍ପର, ଜିଲ୍ଲାରେ ୨ୟ

ଭଦ୍ରକ : ଚଳିତ ବର୍ଷ ପ୍ରକାଶିତ ମ୍ୟାଟ୍ରିକ ପରୀକ୍ଷା ଫଳ ଭଣ୍ଡାରିପୋଖରୀ ବ୍ଲକରେ ଆଶାନୁରୂପ ହୋଇଛି । ବ୍ଲକର ପାସ ହାର ୯୮ ପ୍ରତିଶଦ ରୁ ଅଧିକ ରହିଛି । ବ୍ଲକର ୩୪ଟି ଉଚ୍ଚବିଦ୍ୟାଳୟର ରେଗୁଲାର ପରୀକ୍ଷା ଦେଇଥିବା ମୋଟ ୧୪୯୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୬୪ ପରୀକ୍ଷାର୍ଥୀ ପାସ କରିଥିବା ଜଣାଯାଇଛି । ୧୭ ଟି ହାଇସ୍କୁଲର ଫଳ ଶତ ପ୍ରତିଶଦ ହୋଇଛି । ସାରୋ ଶ୍ୟାମସୁନ୍ଦର ବିଦ୍ୟାନିକେତନରେ ନାମ ଲେଖାଇ ଶାରଦା ବିଦ୍ୟାମନ୍ଦିରରେ ଅଧ୍ୟୟନ କରୁଥିବା ୧୪ଜଣ ଛାତ୍ରଛାତ୍ରୀ ଏ ୧ ଗ୍ରେଡ ହାସଲ କରିଛନ୍ତି । ଶାରଦା ବିଦ୍ୟାମନ୍ଦିର ଛାତ୍ରୀ ଶୁଭସ୍ମୀତା ରାଉତ ୫୭୫ ନମ୍ବର ହାସଲ କରି ବ୍ଲକ ଟପ୍ପର ହେବା ସହ ଜିଲ୍ଲାରେ ୨ୟ ସ୍ଥାନ ହାସଲ କରିଥିବା ଜଣାଯାଇଛି । ଶୁଭସ୍ମୀତା ପରୀକ୍ଷା ଫଳକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରହିଛି ବୋଲି ଶୁଭସ୍ମୀତା ପ୍ରକାଶ କରିଛନ୍ତି । ସେହି ସ୍କୁଲର ଛାତ୍ରୀ ଆଦ୍ୟାଶା ଦେବସ୍ମୀତା ସେନାପତି ୫୭୩ ନମ୍ବର ହାସଲ କରି ବ୍ଲକସ୍ତରରେ ୨ୟ ଓ ଜିଲ୍ଲା ସ୍ତରରେ ୪ର୍ଥ ସ୍ଥାନ ହାସଲ କରିଛନ୍ତି । ବୈଜ୍ଞାନିକ ହେବକୁ ଇଚ୍ଛା ପ୍ରକାଶ କରିଛନ୍ତି ଆଦ୍ୟାଶା । ଶାରଦା ବିଦ୍ୟାମନ୍ଦିର ଛାତ୍ର ଗୌତମ ସାହୁ ୫୬୯ ନମ୍ବର ହାସଲ କରି ବ୍ଲକସ୍ତରରେ ୩ୟ ସ୍ଥାନ ଓ ଜିଲ୍ଲାସ୍ତରରେ ୧୧ତମ ସ୍ଥାନ ହାସଲ କରିଛନ୍ତି । ଡାକ୍ତର ହେବାକୁ ଅଭିଳାଷ ବ୍ୟକ୍ତ କରିଛନ୍ତି ଗୌତମ । ଶାରଦା ବିଦ୍ୟାମନ୍ଦିର ଛାତ୍ରୀ ସ୍ୱାଗତିକା ବେହେରା ୫୬୮ ନମ୍ବର, ଇପ୍ସିତା ଧଳ ୫୬୮, ଗୌତମ ସେଠୀ ୫୬୫ ନମ୍ବର, ମୋବାରକପୁର ସରକାରୀ ହାଇସ୍କୁଲ ଛାତ୍ରୀ କ୍ରିଷ୍ଣା ପ୍ରିୟଦର୍ଶନୀ ପରିଡା ୫୫୯, ଶାରଦା ଛାତ୍ର ଦିବ୍ୟଜ୍ୟୋତି ଓଝା ୫୫୬, ଇପ୍ସିତା ପ୍ରିୟଦର୍ଶନୀ ସାହୁ ୫୫୪, ଭଣ୍ଡାରିପୋଖରୀ ସରକାରୀ ହାଇସ୍କୁଲ ଛାତ୍ରୀ ହରପ୍ରିୟା ନାୟକ ୫୫୪ ନମ୍ବର, ବାରିକପୁର ହାଇସ୍କୁଲ ଛାତ୍ର ପ୍ରିୟବ୍ରତ ଦାସ ୫୫୨ ନମ୍ବର, ଶାରଦା ଛାତ୍ର ପର୍ଶୁରାମ ସାହୁ ୫୪୯, ଭାଗ୍ୟଶ୍ରୀ ସାହୁ ୫୪୭, ବର୍ଷା ପ୍ରିୟଦର୍ଶନୀ ଦାଶ ୫୪୭, ଶୁଭଦର୍ଶନୀ ନାୟକ ୫୪୬, ଭଣ୍ଡାରିପୋଖରୀ ହାଇସ୍କୁଲ ଛାତ୍ର ଅଭିଷେକ ବେହେରା ୫୪୬, ଶାରଦା ଛାତ୍ର ତନ୍ମୟ କୁମାର ସାହୁ ୫୪୨, ସରସଦା ହାଇସ୍କୁଲ ଛାତ୍ରୀ ଶୁଶ୍ରୀ ଶୈବାଳିନି ୫୪୦, ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚବିଦ୍ୟାପୀଠ ଛାତ୍ର ହରସ୍ରିତ ବିଶ୍ୱାଳ ୫୪୦, ବାରିକପୁର ହାଇସ୍କୁଲ ଛାତ୍ରୀ ଦିପ୍ତିମୀ ପାଲ ୫୪୦ ଓ ଶାରଦା ଛାତ୍ରୀ ଦେବବ୍ରତ ଜେନା ୫୪୦ ନମ୍ବର ହାସଲ କରି ଏ ୧ ଗ୍ରେଡରେ ପାସ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *