ବାହାବଳପୁରରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନୂତନ ଗୃହର ଶିଳାନ୍ୟାସ କଲେ ବିଧାୟକ ବିଷ୍ଣୁବ୍ରତ 

ଭଦ୍ରକ : ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ବାହାବଳପୁର ପ ।ୟତ ଅଧୀନ ଏକଡାଳ ଛକ ନିକଟରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହକୁ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଶିଳାନ୍ୟାସ କରିବା ଅବସରରେ କହିଛନ୍ତି ଯେ, ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୃହ ନିର୍ମାଣ ହେବା ପରେ ପ ।ୟତର ଲୋକମାନେ ସୁବିଧାରେ ଚିକିତ୍ସା ପାଇପାରିବେ । ଏହି ଅବସରରେ ପ ।ୟତ ବିଜେଡି ସଭାପତି ଅଜୟ ଦାଶଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀ ରାଉତରାୟ ଯୋଗ ଦେଇ ପ ।ୟତର ବିଭିନ୍ନ ସମସ୍ୟା ଉପରେ ଗୁରତ୍ୱ ଦିଆଯାଇ ସମାଧାନ କରାଯାଉଥିବା ବେଳେ ଆଗାମୀ ଦିନରେ ଆଉ ଯାହା ସମସ୍ୟା ରହିଛି ସେଥିପ୍ରତି ଦୃଷ୍ଟି ଦିଆଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଜିଲାପରିଷଦ ସଭ୍ୟା ସୁମତୀ ସେଠୀ, ସରପ ଲକ୍ଷ୍ମୀପ୍ରିୟା ସାମଲ, ସମିତିସଭ୍ୟ ପ୍ରିୟବନ୍ଧୁ ମାଝୀ ପ୍ରମୁଖ ଶିଳାନ୍ୟାସ ଉତ୍ସବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି ବାପୁଜୀ ନାୟକ, ବିଜେଡି ଜିଲା ଉପସଭାପତି ସୁରେନ୍ଦ୍ର ନାୟକ, ବାସୁଦେବପୁ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ଦେବଦର୍ଶନ ଦାସ, ପୂର୍ବତନ ସରପ ବୈକୁଣ୍ଠ ପାଣି ଓ ବିପିନ ବେହେରା, ସମିତିସଭ୍ୟ ଧର୍ମାନନ୍ଦ ବେହେରା, ବିଜେଡି ଯୁବନେତା ଉମାକାନ୍ତ ସେଠୀ, ରାଜେଶ ପାଢ଼ୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ଦାସ, ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଧଳ, ସୀତାକାନ୍ତ ପଣ୍ଡା, ସୁବାସ ମାଝୀ, ପରମେଶ୍ୱର ମାଝୀ, ରାଜେଶ ନାୟକ, ରାଧାଶ୍ୟାମ ନାୟକ, ଦାଶରଥି ବେହେରା, ନୃସିଂହ ବାରିକ, ନକୁଳ କବି, ନାରାୟଣ ନାୟକ, ଅନୀଲ ମଲ୍ଲିକ, ଉମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *