ତିହିଡ଼ିରେ ନୂତନ ବ୍ଲକ ଶିକ୍ଷାଧିକାରୀଙ୍କ ଯୋଗଦାନ

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡି ବ୍ଲକର ନୂତନ ଶିକ୍ଷାଧିକାରୀ ଭାବେ ଜଗବନ୍ଧୁ ସାହୁ ଗୁରୁବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ୨୦୧୭ ମସିହାରେ ପ୍ରଥମେ ଭଦ୍ରକ ଜିଲା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପାଇ ପରେ ୨୦୨୦ ମସିହାରେ ବାସୁଦେବପୁର ବ୍ଲକର ଶିକ୍ଷାଧିକାରୀ ଭାବେ ନିଯୁକ୍ତ ହୋଇଥିଲେ । ପରେ ସେଠାରେ ପଦୋନ୍ନତି ପାଇ ବରିଷ୍ଠ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିଲେ । ତିହିଡ଼ି ବ୍ଲକ ଶିକ୍ଷାଧିକାରୀ ଭାବେ ଯୋଗଦାନ କରିବା ପରେ ବିଭିନ୍ନ ଶିକ୍ଷକ ସଂଗଠନ, କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀମାନେ କାର୍ଯ୍ୟାଳୟରେ ପହ ô ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶ୍ରୀ ସାହୁ ଦୀର୍ଘଦିନ ଧରି ଶିକ୍ଷା ବିଭାଗରେ ଦକ୍ଷତାର ସହ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । ତିହିଡ଼ି ବ୍ଲକରେ ବିଦ୍ୟାଳୟ ମାନଙ୍କରେ ଥିବା ବିଭିନ୍ନ ସମସ୍ୟାକୁ ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *