ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଆହତ

Spread the love

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ୧୬ନଂ ଜାତୀୟ ରାଜପଥର ରାଜେନ୍ଦ୍ରପୁର ଛକ ଠାରୁ ଅନତିଦୂର ଗୁହାଳିଆ ପୋଲ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ସମୟରେ ହୋଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ହୋଟେଲ ସ୍ୱର୍ଣ୍ଣପ୍ରଭା ସମ୍ମୁଖରେ ଓଡି ୦୧ ଆର ୨୮୫୨ ନଂ କଣ୍ଟେନର ଛିଡା ହୋଇଥିବା ବେଳେ ଭଦ୍ରକରୁ ଭଣ୍ଡାରିପୋଖରୀ ଆଡକୁ ଯାଉଥିବା ଓଡି ୨୨ ୟୁ ୪୦୦୪ନଂ କୁଣ୍ଡା ବୋଝେଇ ଅଟୋ ପଛରୁ ପିଟିଥିଲା । ଫଳରେ ଅଟୋଯାତ୍ରୀ କେଉଁଝର ମାଣିପୁର ଅଂଚଳର ସୁଦର୍ଶନ ନାୟକ ମୃତ୍ୟୁବରଣ କରିଥିବା ବେଳେ ଭଣ୍ଡାରିପୋଖରୀ ଥାନା ରାଢୋ ଗ୍ରାମର ଅଟୋ ଚାଳକ ଅତିଶ ଦାସ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଧାମନଗର ପୁଲିସ ୨ଟି ଯାକ ଯାନ ସହ ଶବ ଜବତ କରି ତଦନ୍ତ ଚଳାଇଥିôବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *