ପ୍ରଧାନମନ୍ରୀ ସଡ଼କ ଉପରେ ଚଉଁରା ଉଚ୍ଛେଦ ଦାବିରେ ଗଣଧାରଣା

Spread the love

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଳକ ମହରମପୁର ପଞ୍ଚାୟତ ଅଧୀନ ତରାଶୁଣି (ଘଡ଼େଇସାହି)ରେ ପ୍ରଧାନମନ୍ରୀ ସଡ଼କ ଉପରେ ନିର୍ମିତ ହୋଇଥିବା ଏକ ପୁରାତନ ଚଉଁରାକୁ ଉଚ୍ଛେଦ କରାଯିବା ଦାବିରେ ଶୁକ୍ରବାର ଅଚକ ପଞ୍ଚାୟତର ସାନ୍ତରାପୁର-ବରୁଣେଇ ବିକାଶ ପକ୍ଷରୁ ଧାରଣା ଦିଆଯାଇଥିଲା। ତହସିଲଦାର ପ୍ରତୀକ ସାହୁ ଆସନ୍ତା ୧୩ ତାରିଖରେ ଚଉଁରା ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ପ୍ରକାଶ ଯେ, ତରାଶୁଣି (ଘଡ଼େଇସାହି) ଠାରେ ପ୍ରଧାନମନ୍ରୀ ସଡ଼କ ଉପରେ ଏକ ତୁଳସୀ ଚଉଁରା ଦୀର୍ଘ ବର୍ଷ ହେବ ରହିଆସିଛି। ଏହି ଚଉଁରା ରହିବା ଫଳରେ ଯାନବାହନ ଯାତାୟତରେ ବାଧା ସୃଷ୍ଟି ହେଉଛି। ଫଳରେ ଚଉଁରାକୁ ଉଚ୍ଛେଦ କରାଯିବାକୁ ଦାବି କରାଯାଇ ଆସୁଥିଲା। ଉପଜିଲାପାଳ ମନୋଜ କୁମାର ପାତ୍ର ଚଉଁରାକୁ ଉଚ୍ଛେଦ କରିବାକୁ ତହସିଲଦାର ଶ୍ରୀ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳଙ୍କ ନିର୍ଦ୍ଦେଶ ପରେ ତହସିଲଦାର ଶ୍ରୀ ସାହୁ ଚଉଁରାକୁ ଉଚ୍ଛେଦ ପାଇଁ ଯାଇଥିବା ବେଳେ ସେଠାକାର ସ୍ଥାନୀୟ ଲୋକ ପୁରାତନ ଚଉଁରାକୁ ଭାଙ୍ଗିବାକୁ ଦେଇ ନଥିଲେ। ଯାହାଫଳରେ ପ୍ରଶାସନ ଚଉଁରା ଉଚ୍ଛେଦ କରିନପାରି ଫେରି ଆସିଥିଲେ। ଏହି ଗଣଧାରଣାରେ ସରପଞ୍ଚ ପ୍ରେମଲତା ବିଶ୍ୱାଳ, ସମିତିସଭ୍ୟଙ୍କ ପ୍ରତିନିଧି ସୂର୍ଯ୍ୟନାରାୟଣ ଭୋଇ, ପପିନା ମଲିକ, ଗୀତାରାଣୀ ବେହେରା, ରୀତାରାଣୀ ପାଣିଗ୍ରାହୀ, ଅକ୍ଷୟ ମଲ୍ଲିକ, ପ୍ରଶାନ୍ତ ସାହାଣୀ, ମଲ୍ଲିକା ସାହୁ, ଜୟନ୍ତୀ ସାହାଣୀ, ମାନସ ବଳ, ଅମର ମଲ୍ଲିକ, ଚିତ୍ତରଞ୍ଜନ ମଲ୍ଲିକ, କୈଳାସ ମଲ୍ଲିକ, ତପନ ଦଳେଇ, ଅଭିମନ୍ୟୁ ମଳିକ, ସୁରେଶ ଚନ୍ଦ୍ର ମଳିକ ପ୍ରମୁଖ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *